ବ୍ଲକ୍ ସ୍ତରୀୟ ଆକାଉଣ୍ଟାଣ୍ଟ କମ୍ ସପୋର୍ଟ ଷ୍ଟାଫ ଏବଂ ଏମ୍ଆଇଏସ୍ କମ ପ୍ଳାନିଙ୍ଗ କୋର୍ଡିନେଟର ମାନଙ୍କର ୨୯ ଜାନୁଆରୀ ଠାରୁ କାର୍ଯ୍ୟବନ୍ଦ
- ଫେବୃଆରୀ ୧ ଠାରୁ ଗଣଧାରଣା
ବଲାଙ୍ଗିର, (କେପିଏନ୍ଏସ୍) : ଆକାଉଣ୍ଟାଣ୍ଟ କମ ସପୋର୍ଟ ଷ୍ଟାଫ ଏବଂ ଏମ୍ଆଇଏସ କମ ପ୍ଳାନିଙ୍ଗ କୋର୍ଡିନେଟର ମାନଙ୍କର ମିଳିତ ରାଜ୍ୟ ସଂଘର ଆହ୍ୱାନକ୍ରମେ ଚଳିତ ମାସ ୨୯ ତାରିଖ ଠାରୁ ସେମାନଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଭୁବନେଶ୍ୱର ଲୋୟର ପିଏମ୍ଜି ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ସଂଘ ତରଫରୁ ରାଜ୍ୟ ସରକାରଙ୍କୁ ଗତ ୨୨ ତାରିଖରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜରିଆରେ ଚେତାବନୀ ଦିଆଯାଇଛି । ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକରେ କାର୍ଯ୍ୟରତ ସମଗ୍ର ଶିକ୍ଷାର କର୍ମକର୍ତ୍ତା ମାନେ ଏହି ଗଣଧାରଣା ସମ୍ପର୍କିତ ଏକ ସ୍ମାରକ ପତ୍ର ଏଡିଇଓ କେଶବ ମେହେରଙ୍କୁ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଆକାଉଣ୍ଟାଣ୍ଟ କମ ସପୋର୍ଟ ଷ୍ଟାଫ ଏବଂ ଏମ୍ଆଇଏସ୍ କମ ପ୍ଳାନିଙ୍ଗ କୋଅର୍ଡିନେଟର ମାନେ ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ହେଲା ସ୍ୱଳ୍ପ ବେତନରେ ନିଷ୍ଠାର ସହିତ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ସେମାନଙ୍କୁ ଏ ପର୍ଯ୍ୟନ୍ତ ସରକାର ସ୍ଥାୟୀ ନିଯୁକ୍ତି ନ କରି ଠିକା କର୍ମଚାରୀ ଭାବେ ସ୍ୱଳ୍ପ ଦରମା ଦେଇ କାମ କରାଉଛନ୍ତି । ଉକ୍ତ କର୍ମଚାରୀ ମାନଙ୍କୁ ଉପଯୁକ୍ତ ମାସିକ ବେତନ ଏବଂ ସ୍ଥାୟୀ କରା ନଗଲେ ଚଳିତ ମାସ ୨୯ ତାରିଖ ଠାରୁ କାର୍ଯ୍ୟ ବନ୍ଦ ଓ ଫେବୃଆରୀ ୧ ଠାରୁ ଗଣଧାରଣା ଦେବାପାଇଁ ସୂଚନା ପ୍ରଦାନ କରିଛନ୍ତି ।