oom

ହୃଷିକେଶ ରାୟ ମହାବିଦ୍ୟାଳୟରେ କାରଗିଲ ବିଜୟ ଦିବସ ଓ ବନ ମହୋତ୍ସବ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା(ବାଳକ) ଆନୁକୂଲ୍ୟରେ କାରଗିଲ ବିଜୟ ଦିବସ ଓ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧ୍ୟାପିକା ଦିପ୍ତିମୟୀ ମହାପାତ୍ରଙ୍କ ସଭାପତିତ୍ୱ ଓ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ ହରିଶ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମଶକ୍ତି ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ପ୍ରାକ୍ତନ ପ୍ରଧ୍ୟାପକ ଶ୍ରୀନାଥ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ‘ମେରି ମାଟି ମେରା ଦେଶ’ ଶୀର୍ଷକ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରଜନୀକାନ୍ତ ମିଶ୍ର ଓ ସମ୍ମାନିତ ବକ୍ତା ଭାବେ ଇତିହାସ ବିଭାଗର ମୁଖ୍ୟ ବିନୟ କୁମାର ସାହାଣୀ କାରଗିଲ ବିଜୟ ଦିବସ ଓ ଯୁଦ୍ଧର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଅଧ୍ୟାପକ ସତ୍ୟନାରାୟଣ ଦୁବେ ଓ ଚିତ୍ତମୋହନ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋତିଷ କୁମାର ଦାସ, ଅଜୟ କୁମାର ସାମନ୍ତରାୟ, ରଣଜିତ ପଲାଇ ପ୍ରମୁଖ ସହଯୋଗ କରିଥିଲେ । ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରିଥିଲେ ।

jittmm
Leave A Reply

Your email address will not be published.