ବାଲୁକାକଳାରେ କାର୍ଗିଲ ବିଜୟ ଦିବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କାର୍ଗିଲ ବିଜୟ ଦିବସ ହେଉଛି ଭାରତ ବର୍ଷର ଶକ୍ତି, ସଂକଳ୍ପ ଓ ସାମର୍ଥ୍ୟର ପ୍ରତୀକ । ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନା ଯେଉଁ ବୀରତ୍ୱର ପରାକାଷ୍ଠାରେ ପାକିସ୍ଥାନ ଅନୁପ୍ରବେଶକାରୀଙ୍କ ହୀନ ଉଦ୍ୟମକୁ ପ୍ରତିହତ କରି କାର୍ଗିଲ ଘାଟିକୁ ନିଜ ଅକ୍ତିଆରକୁ ନେଇ ଆସିଥିଲେ । ସେହି ସ୍ମୃତିକୁ ଅବିସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ବେଳାଭୂମିରେ ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦିୟମାନ ଯୁବ ବାଲୁକାଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ବାଲୁକା କଳା ମାଧ୍ୟମରେ କାର୍ଗିଲ ବିଜୟ ଦିବସ କଳା ପ୍ରଦର୍ଶନ କରିଛନ୍ତି । ଏହି ଦିବସର ସ୍ମୃତି ବେଳାଭୁମିକୁ ଆସୁଥିବା ପର୍ଯ୍ୟଟକମାନଙ୍କ ହୃଦୟକୁ ଜାତୀୟତା ଭାବ ସୃଷ୍ଟି କରିଛି ।

Leave A Reply

Your email address will not be published.