oom

କାର୍ଗିଲ ବିଜୟ ଦିବସ ପାଳିତ

jsmm

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରଂଜୁ ଅମାତଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଗିଲ ବିଜୟ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଦେଶ ମାତୃକାର ସେବାରେ ପ୍ରାଣବଳି ଦେଇଥିବା ସହିଦଙ୍କ ପାଇଁ ଉପସ୍ଥିତ ଛାତ୍ର/ଛାତ୍ରୀ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଅଷ୍ଟମ ଶ୍ରେଣୀ ଛାତ୍ରୀ ମାନସୀ ନାଗ, ଶିବାନୀ ବାଘ, ଲିପସା ନାଏକ ପ୍ରାରମ୍ଭରେ ଦେଶଭକ୍ତି ସଂଗୀତ ଗାନ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ବୀର ଯବାନଙ୍କ ସ୍ମୃତିକୁ ମନେପକାଇ ୧୯୯୯ ମସିହା ଆଜିର ଦିନରେ ପାକିସ୍ଥାନକୁ ଯୁଦ୍ଧରେ ହରାଇ ଭାରତ କିପରି ବିଜୟ ହୋଇଥିଲା ତାହା ଶିକ୍ଷକ ସୁରେନ୍ଦ୍ର କମ୍ପ, ବୈଶାଖୁ ବସ୍ତିଆ, ନୃପମଣୀ ମହାଳିକ, ବନୀତା ମେହେର, ବୈଠାରୁ ଦିଦି ପ୍ରମୁଖ ଯୋଗଦେଇ ବଡ଼ହେଲେ ଦେଶ ପାଇଁ କିପରି ଛାତ୍ରଛାତ୍ରୀମାନେ କିପରି ସମର୍ପିତ ହେବେ ସେ ଉଦେଶ୍ୟରେ କହିଥିଲେ । ଏ ଅବସରରେ ବିଦ୍ୟାଳୟ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ଲିଲନ ବସ୍ତିଆ, ସମେତ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଗଣ ଶ୍ରୀମାନ ସିଦ୍ଧାର୍ଥ ପ୍ରଧାନ, ଆରୁଷି କମ୍ପ, ବିଶ୍ଵଜିତ କର୍ଣ୍ଣ, ରୋହିତ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।ଶେଷରେ ଛାତ୍ର ପ୍ରତିନିଧି ଜିଷ୍ଣୁ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.