ଭରସୁଜାଠାରେ କାର୍ଗିଲ ବିଜୟ ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଭରସୁଜା କଲ୍ୟାଣ ମଣ୍ଡପଠାରେ ପଶ୍ଚିମ ଓଡିଶା ହିନ୍ଦୁ ଯୁବ ବାହିନୀ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ମଦନ ମୋହନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଧନଞ୍ଜୟ ସାହୁ ଯୋଗଦେଇ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ପର୍ଶୁରାମ ସରାଫଙ୍କ ନେତୃତ୍ୱରେ ଶହୀଦ ଯବାନଙ୍କ ସ୍ମୃତିରେ ଆୟୋଜିତ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ହିନ୍ଦୁ ଯୁବ ବାହିନୀର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.