ଏ.ଜି. କାର୍ଯ୍ୟାଳୟର ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଭୂତାଣୁର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ମହାଲେଖାକାର(ଏ.ଜିି.) କାର୍ଯ୍ୟାଳୟର (ଲେଖା ଓ ହକ୍‌ଦାରୀ) ପ୍ରଶାସନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାର ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ରାଜ୍ୟ ସରକାରଙ୍କ ପେନ୍‌ସନ୍‌ ଭୋଗୀ, ଭବିଷ୍ୟନିଧି ଉପଭୋକ୍ତା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସୁଥିବା ବ୍ୟକ୍ତି, ସେମାନଙ୍କର ପେନ୍‌ସନ୍‌, ଜି.ପି.ଏଫ୍‌ ସମ୍ବନ୍ଧରେ ତଥ୍ୟ ଜାଣିବା ପାଇଁ ଏ.ଜି. website-cag.gov.in/ae/odisha/en ପୋର୍ଟାଲକୁ ଲଗ୍‌ ଇନ୍‌ କରି କିମ୍ବା ଟେଲିଫୋନ୍‌ ନମ୍ବର ୦୬୭୪-୨୩୯୨୦୦୬ ମାଧ୍ୟମରେ ଯୋଗାଯୋଗ କରି ପାରିବେ ବୋଲି ବରିଷ୍ଠ ଉପମହାଲେଖାକାର (ପ୍ରଶାସନ) ଦିନମଣି ମଲ୍ଲିକ ଜଣାଇଛନ୍ତି ।

Leave A Reply

Your email address will not be published.