ଅନ୍ତର୍ଦେଶୀୟ କରାଟେ ପ୍ରତିଯୋଗିତାରେ ଟିଟିଲାଗଡ଼ କରାଟେ ଆସୋସିଏସନ୍ ଓ ଗୁରୁକୃପା ମାର୍ଶାଲ ଆର୍ଟ ଛାତ୍ରଛାତ୍ରୀଙ୍କ ସଫଳତା : ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ କଲେ ସହରବାସୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ଜାନୁୟାରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଝାଡଖଣ୍ଡ ରାଜ୍ୟ ଗ୍ରିଡ଼ିହି ଜିଲ୍ଲା ଟାଉନହଲଠାରେ ହୋଇଥିବା ଅନ୍ତର୍ଦେଶୀୟ ଓପନ କରାଟେ ପ୍ରତିଯୋଗିତା ୨୦୨୪ରେ ଓଡିଶାକୁ ବଡ ସଫଳତା ମିଳିଛି । ପ୍ରଶିକ୍ଷକ ସଂସାଇ ଜିତୁ ପୃଷ୍ଟି, ଟିଟଲାଗଡ କରାଟେ ସଂଘ ସମ୍ପାଦକ ଓ ପ୍ରଶିକ୍ଷକ ସଂସାଇ କେଦାର କବାଟ ଏବଂ ସଙ୍ଗ ପରିଚାଳକ ସମସେର ଅଲ୍ଲୀଙ୍କ ନେତୃତ୍ୱରେ ଯାଇଥିବା ଖେଳାଳି ନିଜ ପ୍ରତିଦ୍ୱନ୍ଦୀମାନଙ୍କୁ ପରାସ୍ତ କରି ମୋଟ ୩୨ଟି ପଦକ ହାସଲ କରିଥିବା ବେଳେ ସେଥିମଧ୍ୟରୁ ୭ଟି ସ୍ବର୍ଣ୍ଣ ପଦକ, ୧୧ଟି ରୋପ୍ୟ ପଦକ ଓ ୧୪ ଟି କାଂସ୍ୟ ପଦକ ହାସଲ କରିଛନ୍ତି । ଓଡ଼ିଶାର ଟିଟିଲାଗଡ଼ କରାଟେ ଆସୋସିଏସନ୍ ଓ ଗୁରୁକ୍ରୁପା ମାର୍ଶଲ ଆର୍ଟ ଏକାଡେମୀ ରାଜ୍ୟ ସମ୍ପାଦକ କେଦାର କବାଟଙ୍କ ନେତୃତ୍ୱରେ ମୁଖ୍ୟ ସଂସାଇ ଜିତୁ ପୃଷ୍ଟି ଏହି ଉଭୟ ଆସୋସିଏସନ୍‌ର ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭାଗ ନେଇ ବିଜେତା ହୋଇ ନିଜ ରାଜ୍ୟର ଟେକ ରଖିଆସୁଛନ୍ତି ଏବଂ ଏହି ଥର ମଧ୍ୟ ଆନ୍ତର୍ଜତୀୟ କରାଟେ ପ୍ରତିଯୋଗିତା ୨୦୨୪ ରେ ଭାଗ ନେଇ ଉତୀର୍ଣ୍ଣ ହୋଇ ନିଜ ଦେଶ, ନିଜ ରାଜ୍ୟ, ନିଜ ମାଟିର ଗର୍ବ ଓ ଗୌରବ ସାଜିଛନ୍ତି । ଏହି ପ୍ରତିଯୋଗିତାରେ ଅନେକ ଦେଶ ଓ ରାଜ୍ୟରୁ ଖେଳାଳି ଭାଗ ନେଇଥିଲେ ଯଥା – ନେପାଳ, ଭୁଟାନ, ବାଙ୍ଗଲାଦେଶ, ଶ୍ରୀଲଙ୍କା, ଭାରତ ଏବଂ ଭାରତ ଦେଶରୁ ଓଡ଼ିଶା, ନର୍ଥ ୱେଷ୍ଟ ବେଙ୍ଗଲ, ସାଉଥ ୱେଷ୍ଟ ବେଙ୍ଗଲ, ବିହାର, ଦିଲ୍ଲୀ, ମୁମ୍ବାଇ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତଶଗଡ଼ । ଏଥିରେ ସର୍ବମୋଟ ୩୯୫ ଜଣ ଖେଳାଳି ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭା ଅନୁସାରେ ବିଜୟ ହୋଇଛନ୍ତି । ସୋମବାର ରାତିରେ ଓଡ଼ିଶାର ଟିଟିଲାଗଡ଼ କରାଟେ ଆସୋସିଏସନ୍ ଓ ଗୁରୁକ୍ରୁପା ମାର୍ଶାଲ ଆର୍ଟ ଏକାଡେମୀ କଣ୍ଟାବାଞ୍ଜିର ବିଜେତା ଖେଳାଳିଙ୍କୁ ଟିଟିଲାଗଡ଼ କରାଟେ ଆସୋସିଏନ୍‌ର ମୁଖ୍ୟ ସଂରକ୍ଷକ ଯିଏ ପ୍ରଥମେ ଟିଟିଲାଗଡରେ କରାଟେର ପ୍ରଶିକ୍ଷଣ ଆରମ୍ଭ କରିଥିଲେ ସଂସାଇ ପ୍ରଦୀପ କୁମାର ବାଗ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ପାଲ, ସଭାପତି ଅମରଜିତ୍ ବାଗ, ସଦସ୍ୟ ମନହର ବାଗ, ଚିତ୍ରସେନ ସାହୁ, ବୃନ୍ଦାବନ ଷଡ଼ଙ୍ଗୀ, ବାବେଲ ନାଗ, ସଂସାଇ ବଲାଙ୍ଗିର ଜିଲ୍ଲା ଜୁଡୋ ସଂଘ ସଭାପତି ଗୋବିନ୍ଦ ଜୈନ୍ ସଂସେଇ ଦେବେନ୍ଦ୍ର ଜୈନ, ପ୍ରେମଲାଲ ବଗର୍ତ୍ତୀ, ଗୁପ୍ତେଶ୍ୱର ସାହୁ, ବାନ୍ଦୁପଲା ସରପଞ୍ଚ ଗୋପାଳ ତାଣ୍ଡି, ସନସାଇ ରାମଚନ୍ଦ୍ର ସାହୁ, ଚିତ୍ରସେନ ସାହୁ, ସୁଶାନ୍ତ କବାଟ, ଶିବ ଶଙ୍କର ପୃଷ୍ଟି ପ୍ରଦୀପ ଥପା, ଶଶୀଭୂଷଣ ମିଶ୍ର, ଲୋକନାଥ ମେହେର, ଶ୍ରୀନୁ ମୋରେ, ବୈଷ୍ଣବ ସେଠୀଙ୍କ ସହ ଜିଲ୍ଲାବାସୀ ତଥା ଟିଟିଲାଗଡର ମାନ୍ୟଗନ୍ୟ ବ୍ୟକ୍ତି ଓ ଟିଟିଲାଗଡ ବାସିନ୍ଦା ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଉପସ୍ଥିତ ଥିବା ସହ ବୁଦ୍ଧିଜୀବୀ ମହଲରେ ଖେଳାଳିଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.