jayashree

ସର୍ବ ଭାରତୀୟ ଓପନ କରାଟେ : ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥାନୀୟ କରାଟେ ସ୍କୁଲଠାରେ ଚାଲିଥିବା ଦ୍ୱାଦଶ ସର୍ବ ଭାରତୀୟ ଓପନ୍‌ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବଲାଙ୍ଗିର କରାଟେ ସ୍କୁଲର ତମନ୍ନା ମେହେର ଓ ୪୦ କେ.ଜି ବର୍ଗ କମିତିରେ ସ୍ୱର୍ଣ୍ଣ, ଆୟୁଷି ସିଂ ବାରିକ ୩୦ କେଜି ବର୍ଗ କୁମିତିରେ ସ୍ୱର୍ଣ୍ଣ, ଲୋକେଶ ବାଗ କାତାରେ କାଂସ୍ୟ ଓ କୁମିତି ୩୦ କେଜି ବର୍ଗରେ ରୌପ୍ୟ, ଆଦିତ୍ୟ ସିଂ ବାରିକ କ୍ୟାଡେଟ୍‌ ବିଭାଗ କାତାରେ ରୌପ୍ୟ, କ୍ରିଷ୍ଣା ନାଏକ କ୍ୟାଡେଟ୍‌ ବିଭାଗ ୫୨ କେଜି କୁମିତିରେ ଓ କାତାରେ କାଂସ୍ୟ, ପୁରୁଷୋତ୍ତମ ବାଗ ଜୁନିୟର ବିଭାଗ କାତାରେ କାଂସ୍ୟ, ସମିର ସାହୁ ଜୁନିଅର ବିଭାଗ ୬୧ କେଜି ବର୍ଗ କୁମିତିରେ ରୌପ୍ୟ ପଦକ ହାସଲ କରିଛନ୍ତି । ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଏବଂ ଦୁର୍ଗା ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ କରାଟେ ସଂଘର କର୍ମକର୍ତ୍ତା କାଳି ପ୍ରସାଦ ନନ୍ଦ, ପ୍ରଦୀପ ସରତାର, ସଞ୍ଜୟ ଦାସ ଉପସ୍ଥିତ ଥିଲେ । ଏହି ସଫଳତାରେ ବଲାଙ୍ଗିର କରାଟେ ସ୍କୁଲର ସଭାପତି ସଚ୍ଚିଦାନନ୍ଦ ବାଗ, ସହସଂପାଦକ ଚନ୍ଦ୍ର ଶେଖର ସେଠ, କୋଷାଧ୍ୟକ୍ଷ ପ୍ରଦୀପ୍ତ ପ୍ରଭାକର ମୁଗ୍ରୀ, ରବି ବେହେରା, ଖେଳ ପ୍ରେମୀ ତଥା ଅଭିଭାବକମାନେ ଅଭିନନ୍ଦନ ଜଣାଇଥିଲେ । ଏହି ପ୍ରତିଯୋଗିତା ୨୨ରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ହୋଇଥିବା ବେଳେ ସ୍କୁଲର ମୁଖ୍ୟ କୋଚ ତଥା ସଂପାଦକ ହୃଦୟ ଶବର, ଟିମ୍‌ କୋଚ ମନଗୋବିନ୍ଦ ମେହେର ଓ ଟିମ୍‌ ମ୍ୟାନେଜର ରାଜେନ୍ଦ୍ର ବାଗ ଭୁବନେଶ୍ୱର ଗସ୍ତ କରିଥିଲେ ।

Leave A Reply

Your email address will not be published.