ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିସେମ୍ବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ସହାନ ଡକ୍ଟର ହରିପ୍ରସାଦ ପଟ୍ଟନାୟକଙ୍କ ଆନୁକୂଲ୍ୟରେ ୧୪ତମ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ବାଳକ ବାଳିକା ମିଶି ୧୨୦୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ଟିଟିଲାଗଡ଼ ସହରର ୨୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କାତା ଓ ଫାଇଟ ବିଭାଗରେ ୧୩ ଗୋଟି ସ୍ଵର୍ଣ୍ଣ ପଦକ, ୧୧ଟି ରୌପ୍ୟ ପଦକ ଓ ୧୪ ଗୋଟି ତାମ୍ର ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ କରାଟେ ଇଣ୍ଡିଆ ଅର୍ଗାନାଇଜେସନର ଚିଫ୍ ଟେକ୍ନିକାଲ ଡାଇରେକ୍ଟର ହାନସି ଭାରତ ଶର୍ମା ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ ଏବଂ ସନସାଇ ସୁରେଶଲେ ଜାଲ ଓ ସନସାଇ ବ୍ୟୋମକେଶ ବେହେରା ରେଫରି ଓ ବିଚାରକ ଭାର ତୁଲାଇଥିବା ବେଳେ ଶ୍ରଦ୍ଧାଞ୍ଜଳି ଜାଲ ଓ ରାହୁଲ ଜାଲ କୋଚ୍ ଦାୟିତ୍ଵ ତୁଲାଇଥିଲେ । ଜିଲ୍ଲା କରାଟେ ସଂଘ ବଲାଙ୍ଗିର ଟିଟିଲାଗଡ଼ ତରଫରୁ ସଭାପତି ଆଇନଜୀବୀ ମନୋଜ ହାତୀ, ଉପସଭାପତି ସତ୍ୟବ୍ରତ ପଣ୍ଡା, କୋଷାଧ୍ୟକ୍ଷ କ୍ଷୀରୋଦ କୁମାର ସୁନା ଓ ସହରର ବୁଦ୍ଧିଜୀବୀ, କ୍ରୀଡା ପ୍ରେମୀ, ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।