ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା : କାରଣ ଅସ୍ପଷ୍ଟ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ବଲ୍ଲଭ ଖେତୀଙ୍କୁ ଧାରୁଆ ଅସ୍ତ୍ରରେ ମାରି ହତ୍ୟା । ଘରକୁ ଫେରୁଥିବା ବେଳେ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ । ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୁଲିସ । ସୂଚନା ମୁତାବକ, ଗୁରୁବାର ରାତିରେ ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ବଲ୍ଲଭ ଖେତି ଗଜବନ୍ଧ ଛକରୁ ନିଜ ଘର କେନପାଳି ଗ୍ରାମକୁ ଆସୁଥିଲେ । ଏହି ସମୟରେ ପଣ୍ଡରାପାଲିରୁ କେନପାଳି ଯିବା ରାସ୍ତାର ଏକ ନିଛାଟିଆ ଅନ୍ଧାରିଆ ସ୍ଥାନରେ ତାଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡ ଏବଂ ଶରୀରର କିଛି ଅଂଶରେ ଧାରୁଆ ଅସ୍ତ୍ର ବାଜିଥିବାରୁ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକେ ଆସି ପୁଲିସକୁ ଖବର ଦେଇ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କିଏ ଏବଂ କାହିଁକି ବଲ୍ଲଭ ଖେତିଙ୍କୁ ହତ୍ୟା କରିଛି, ତାହା ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।

jittmm
Leave A Reply

Your email address will not be published.