- “ସରକାରୀ ଯୋଜନାର ଲାଭ ସଧାରଣ ଲୋକଙ୍କ ପାଖରେ ପହଞ୍ଚାଅ”
ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ଭାରତୀୟ ଜନତା ପାର୍ଟିର ସରକାର କେନ୍ଦ୍ରରେ ୧୧ ବର୍ଷ ଏବଂ ରାଜ୍ୟରେ ୧ ବର୍ଷର ଗୌରବଶାଳୀ ଅବଧି ପୂରଣ କରିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୯ ଜୁନ୍ ରୁ ୨୧ ଜୁନ୍ ପର୍ଯ୍ୟନ୍ତ ଏକ ରାଷ୍ଟ୍ରବ୍ୟାପି ଏବଂ ଓଡ଼ିଶା ପରିପ୍ରେକ୍ଷୀରେ ରାଜ୍ୟବ୍ୟାପି ପ୍ରଚାର ଅଭିଯାନ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଉଲ୍ଲେଖନୀୟ ସଫଳତା ତଥା ଗରିବ କଲ୍ୟାଣ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରାଥମିକତା ଦିଆ ଯାଉ ।ଛି “ବିକଶିତ ଭାରତର ଅମୃତ କାଳ – ସେବା, ସୁଶାସନ ଓ ଗରିବ କଲ୍ୟାଣର ୧୧ ବର୍ଷ ଉପଲବ୍ଧିର ବର୍ଷ ହୋଇରହିବ । ଏହି ଅଭିଯାନର ସଫଳ ରୂପାୟନ ପାଇଁ ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲାର ଲହୁଣୀପଡ଼ା ମଣ୍ଡଳ ଅନ୍ତର୍ଗତ ଦର୍ଜିଂର ଜାତୀୟ ରାଜପଥ ଡାକ ବଙ୍ଗଳାଠାରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ବିଜେପି ରାଜ୍ୟ ଉପ ସଭାପତି ସୁଶ୍ରୀ ସୁକେଶୀ ଓରାମ, ଜିଲ୍ଲା ସଭାପତି ପୂର୍ଣ୍ଣିମା କେରକେଟା, ରାଜ୍ୟ ପ୍ରବକ୍ତା ଧିରେନ୍ ସଭାପତି, ରଘୁନାଥପାଲ୍ଲୀ ବିଧାୟକ ଦୂର୍ଗା ତନ୍ତୀ, ପାନପୋଷ ଜିଲ୍ଲା ପ୍ରାକ୍ତନ ସଭାପତି ଲତିକା ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାହାସ ବିହାରୀ ପ୍ରଧାନ, ଜଗବନ୍ଧୁ ବେହେରା, ସହ ସଂଯୋଜକ ଅମରେନ୍ଦ୍ର ନାଥ ଶର୍ମା, ଲହୁଣୀପଡ଼ା ମଣ୍ଡଳ ସଭାପତି ପୂର୍ଣଚନ୍ଦ୍ର ଓରାମ, ଦର୍ଜିଂ ବୁଥର ସଭାପତି ପ୍ରଦୀପ ପାତ୍ର ପ୍ରମୁଖ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ମଶାଳାକୁ ଉଦଘାଟନ କରିଥିଲେ । ଉପସ୍ଥିତ ନେତୃମଣ୍ଡଳୀ ସରକାରୀ ଯୋଜନାର ଲାଭ ତୃଣମୂଳ ସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗୁରୁତ୍ୟାରୋପ କରିବା ସହ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସୁନ୍ଦରଗଡ଼ ସାଂସଦ ତଥା ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଦିଲ୍ଲୀରୁ ଯୋଡ଼ି ହୋଇ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ ଗୁରୁମନ୍ତ୍ର ଦେଇଥିଲେ । କାର୍ଯ୍ୟକ୍ରମ ରେ ରାଉରକେଲା ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି ଗଣ, ପ୍ରାକ୍ତନ ମଣ୍ଡଳ ସଭାପତି ଗଣ, ଜିଲ୍ଲା ମୋର୍ଚ୍ଚା ସଭାପତି ଗଣ ତଥା ଜିଲ୍ଲାର ୨୯ ଟି ମଣ୍ଡଳର ଟୋଲି ସଦସ୍ୟ ତଥା ପ୍ରମୁଖ କାର୍ଯ୍ୟ କର୍ତ୍ତା ମାନେ ଯୋଗ ଦେଇଥିଲେ । ଆଗମୀ ଦିନରେ ମଣ୍ଡଳ ତଥା ବୁଥସ୍ତରରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଅୟୋଜନ କରି ସରକାରୀ ଯୋଜନାର ଲାଭ ସଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ କାର୍ଯ୍ୟ କର୍ତ୍ତା ମାନେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ମଞ୍ଚାସିନ ନେତୃମଣ୍ଡଳୀ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ନେତୃମଣ୍ଡଳୀ “ମା ପାଇଁ ଗଛ ଟିଏ” ଆହ୍ୱାନ ରେ ବୃକ୍ଷ ରୋପଣ କରିଥିଲେ । କାର୍ଯ/୍ୟକ୍ରମକୁ ବିଜେପି ରାଉରକେଲାର ଜିଲ୍ଲା ସଂଯୋଜକ ଅଭିରାମ ମହାକୁଳ ସଂଯୋଜନା କରିଥିଲେ ।