
କଟକ : କଟକ ଗତିରାଉତ ପାଟଣା ନିକଟରେ ଭୟଙ୍କର ଦୁର୍ଘଟଣା । ସିଆରଆରଆଇ ଥାନା ପଛ ମହାନଦୀ ବନ୍ଧ ରାସ୍ତାରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଦୁଇ ଜଣ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ହାଇୱା ଡ୍ରାଇଭର ଦୁର୍ଘଟଣାସ୍ଥଳରେ ଗାଡ଼ି ଛାଡ଼ି ଚମ୍ପଟ୍ ମାରିଥିଲା । କଟକ ରେଳ ଷ୍ଟେସନ୍ ନିକଟରୁ ଡ୍ରାଇଭରକୁ ଧରିବା ପୋଲିସ ସଫଳ ହୋଇଛି । ଗାଡ଼ି ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଆଜି ମହାନଦୀ ବନ୍ଧ ରାସ୍ତାରେ ଏକ ବାଲି ବୋଝେଇ ହାଇୱା ପିସିଆର୍ ଭ୍ୟାନ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ପିସିଆର୍ ଗାଡି ଉପରେ ହାଇୱା ଓଲଟିପଡିବାରୁ ଗାଡ଼ି ସମ୍ପର୍ଣ୍ଣ ଭାଙ୍ଗିଯାଇଛି । ଗାଡ଼ି ଭିତରେ ଚାପି ହୋଇ ଦୁଇ ପୋଲିସ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଲୋକନାଥ ଶବର, ହୋମ୍ଗାର୍ଡ ଜଗବନ୍ଧୁ ମାହାଳୀ ରହିଛନ୍ତି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ କଟକ ଷ୍ଟେସନରୁ ଧରିବା ପୋଲିସ ସଫଳ ହୋଇଛି । ହାଇୱା ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।