oom

କପିଳେଶ୍ୱର ଯୁବକ ସଂଘର ଜାତୀୟ ଯୁବ ସମାବେଶ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମଠାରେ ଆଜି କପିଳେଶ୍ୱର ଯୁବକ ସଂଘର ଯୁବ ସମାବେଶ ଓ ବାର୍ଷିକ ଉତ୍ସବ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିବାଜୀ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ଲକ୍ଷ୍ମଣ ବାଗ, ସାଂସଦଙ୍କ ପ୍ରତିନିଧି ଅର୍ଜୁନ ଯାଦବ, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ମାମରାଜ ଜୈନ, ନରେଶ ସଗରିଆ, ଥବିର ଚନ୍ଦ୍ର ବାଗ, ଖୀରସିନ୍ଧୁ ବଛା, ତୀର୍ଥ ବାଗ, ହେମନ୍ତ ପୋଡ଼, ଆନନ୍ଦ ସେଠୀ, ନରେନ୍ଦ୍ର ସଗରିଆ, ଦେବକୁମାର ବନଛୋର, ଥବିର ବାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇ । ଦେଶ ଗଠନରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସଂଘର ସଭାପତି ତୁଳାଚନ୍ଦ୍ର ପୋଢ଼ ସଭା ସଂଯୋଜନା କରିଥିଲେ । ଏଥିରେ ବିଭିନ୍ନ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ସମସ୍ତେ କୋଭିଡ୍‌କୁ ନିୟମ ପାଳନ କରି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସମ୍ପାଦକ ଲିଙ୍ଗରାଜ ପୋଡ଼, ଉପସଭାପତି ଲୁକେଶ୍ୱର ପୋଢ଼, ଚନ୍ଦ୍ରହାସ ପୋଡ଼, ନିରଞ୍ଜନ ସଗରିଆ, ନିର୍ମାଲ୍ୟ ବାଗଙ୍କ ସହ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା ।

jittmm
Leave A Reply

Your email address will not be published.