oom

ଆଶୀର୍ବାଦ, ବିଜୁ କନ୍ୟାରତ୍ନ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ସହ ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କଲେ ମନ୍ତ୍ରୀ ଟୁକୁନି ସାହୁ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିବାର ପିଛା ୧୦୦୦ ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ସହ ବିଜୁ କନ୍ୟାରତ୍ନ, ଆଶୀର୍ବାଦ ଯୋଜନା, ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ । ଏହି ଅବସରରେ ଟିଟିଲାଗଡ଼ର ଉପଜିଲ୍ଲାପାଳ ରୀହାନ୍ ଖେତ୍ରି, ବିଡ଼ିଓ ସୁଶାନ୍ତ ରଣା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ବିଶି, ସିଡ଼ିପିଓ କାନ୍ତିଲତା ସାହୁ, ଡିସିପିଓ ଲକ୍ଷ୍ମୀ ସିଂ, ଯଗୁଆ ସରପଞ୍ଚ ଶ୍ରୀମତୀ ମୀନା ସାହୁଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ଆଣିଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ ପୂର୍ବରୁ ଲୋକଙ୍କ ଥିବା ଅଭିଯୋଗ ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି, ସେଥିପାଇଁ ଲୋକ ବାରମ୍ବାର ତାଙ୍କୁ ପାଞ୍ଚ ପାଞ୍ଚ ଥର ସରକାର ଗଠନ କରିବାରେ ସକ୍ଷମ କରାଇଛନ୍ତି । ସେଥିପାଇଁ ଆଶା ବିଶ୍ୱାସ ଯେ ପୁଣି ଥରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଆସିବ ବୋଲି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ନିଜ ବକ୍ତବ୍ୟରେ କହିଛନ୍ତି ।

jittmm
Leave A Reply

Your email address will not be published.