oom

ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ୨୦୨୪ ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି କେକ୍ କାଟି ବାଳିକାମାନଙ୍କୁ ଖୁଆଇଥିଲେ । ବାଳିକାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତ୍ତରୋତ୍ତର ମଙ୍ଗଳ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ନ୍ୟାୟାଳୟ ଆଇନ ସହାୟତା କେନ୍ଦ୍ର ସମ୍ପାଦିକା କୁମୁଦିନୀ ମୁଦୁଲି, ଡି.ଏସ୍.ପି.ଏଚ୍. ଆର୍ ପି.ସି ପ୍ରତାପ ରଣା, ଇଊଚଐଙ ଭି.ଭି.ଡି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, କାର୍ଯ୍ୟକ୍ରମ ଅଧିକାରୀ ଅନିତା ଗୁରୁ ପ୍ରମୁଖ ଯୋଗଦେଇ ଶିଶୁକନ୍ୟା ମାନଙ୍କର ସୁରକ୍ଷା ,ଆତ୍ମରକ୍ଷା, ଶିକ୍ଷା ଓ ପାରଦର୍ଶିତା ଉପରେ ମତାମତ ରଖିଥିଲେ । ବାଲ୍ୟବିବାହ ପରାମର୍ଶ ଦାତା ଅକ୍ଷୟ କୁମାର ସିଂ ଜୀବନ କୌଶଳ ଏବଂ ଆଶିଷ ଅଗ୍ରୱାଲ ସାଇବର କ୍ରାଇମ୍ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଏନ୍.ସି. ସି ବିଭାଗ, ବାଳିକା ଉଚ୍ଚ ବିଦ୍ୟାଳୟ , ମହିଳା ମହାବିଦ୍ୟାଳୟ, ପଦ୍ମିନୀ କଲେଜ୍, ଅଦ୍ୱିକା ବାଳିକା ସୋନପୁର ଆଦିର ୨୩୦ ବାଳିକା ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଶେଷ ପାରଦର୍ଶିତା ଲାଭ କରିଥିବା ଯଥା ଅସୁରମୁଣ୍ଡାର ତିଳୋତ୍ତମା ସାହୁ ଆର୍ଟ ଓ ପେଣ୍ଟିଂ ପାଇଁ, ଫେସନ୍ ସୋ ପାଇଁ ଅଂଶିକା ମିଶ୍ର ,ବାଲ୍ୟବିବାହ ସଚେତନତା ପାଇଁ ପଦ୍ମିନୀ ବେହେରା ଏବଂ କୀର୍ତ୍ତନ ଗାୟିକା କୁନି କଳାକାର ଶୁଭଶ୍ରୀ ସାଣ୍ଢଙ୍କୁ ପ୍ରଂଶସା ପତ୍ର ଓ ଫଳକ ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ସେହିପରି ସୁକନ୍ୟା ସମ୍ବୃଧି ଯୋଜନାରେ ୨ ଜଣକୁ ୨୦୦୦/- ଟଙ୍କାର ଚେକ୍ ଓ ବୈଷୟିକ ଶିକ୍ଷା ପାଇଁ ଯୋଷଦା ଯୋଜନାରେ ୨ ଜଣ ବାଳିକାଙ୍କୁ ୧୦୦୦୦/- ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଭା ସଂଯୋଜନା କରିଥିଲେ । ଉତ୍କଳ ବଳଶ୍ରମର ଶିଶୁମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବିର କାଲସେ, ସ୍ୱାଗତରାଜ ମିଶ୍ର, ରୁଦ୍ର ପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁଡ, କେଶବ ଚନ୍ଦ୍ର ମେହେର, ଅନିଲ ମହଲା, ସରିତା ସୁନା, ସୁଧୀର ଦାସ, ଧର୍ମେନ୍ଦ୍ର ଦାସ ଆଦି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.