ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଧିନସ୍ଥ ଶଙ୍ଖୁଆ ପଞ୍ଚାୟତ ପ୍ରଧାନପଡ଼ା ଗ୍ରାମର ଜୟ ଦେହୁରୀଙ୍କ ଘର କାନ୍ଥ ଭୁଶୁଡି ପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ ଜୟ ଦେହୁରୀଙ୍କ ପୁଅ ରବିବାର ବିଳମ୍ବିତ ରାତିରେ ଶୋଇଥିବା ବେଳେ ତାଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି । ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଗୁରୁତର ଅବସ୍ଥାରେ କରଞ୍ଜିଆ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି । ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବାରୁ ସେମାନେ ବେସାହାରା ହୋଇପଡ଼ିଛନ୍ତି । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଯଥାଶୀଘ୍ର ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।