jayashree

ଖପ୍ରାଖୋଲ ମହୋତ୍ସବ ପାଇଁ କଂସ ବରଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ଠାରେ ଜାନୁଆରୀ ୬ ତାରିଖରୁ ହେବାକୁ ଥିବା ଖପ୍ରାଖୋଲ ମହୋତ୍ସବରେ କଂସ ଦରବାର ପାଇଁ ଆଜି ଖପ୍ରାଖୋଲ ମହୋତ୍ସବ କମିଟି ତରଫରୁ ଜଣାଶୁଣା ବିଶିଷ୍ଟ କଳାକାର ଆର୍ତ୍ତତ୍ରାଣ ସୁନାନୀ ଯାଦବଙ୍କୁ କଂସ ବରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ କମିଟି ବୃନ୍ଦ ଇଷ୍ଟଦେବୀ ମାଁ ଡୁମେରତଲେନ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଆର୍ତ୍ତତ୍ରାଣଙ୍କୁ କଂସ ଭୂମିକାରେ ଅଭିନୟ କରିବା ପାଇଁ ବରଣ କରିଥିଲେ । ମହୋତ୍ସବ ଆସନ୍ତା ଜାନୁଆରୀ ମାସ ୬ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ୧୨ ତାରିଖରେ ସମାପନ ହେବ । ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଏବଂ ମହୋତ୍ସବ କମିଟି ମହଲରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ମହୋତ୍ସବ କମିଟିର ସଭାପତି ବିନୟ ପଣ୍ଡା(ବୁଲୁ), ଉପ ସଭାପତି ଡୋଲାମଣି ଷାଣ୍ଢ, କୋଷାଧକ୍ଷ ରଞ୍ଜନ ସାହୁ, ସମ୍ପାଦକ ବାଦଲ ଦଣ୍ଡସେନାଙ୍କ ସମେତ ସମସ୍ତ କମିଟି ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.