shyamal

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗଦାଗଦା ସୁନା ଓ ଟଙ୍କା

ରାୟଗଡ଼ା, (ଅକ୍ଷୟ ପିଡିସିକା) : ଭିଜିଲାନ୍ସ ବିଭାଗକୁ ମିଳିଛି ବଡ ସଫଳତା । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ରାୟଗଡ଼ା ଭିଜିଲାନ୍ସ ବିଭାଗ ଲାଞ୍ଚ ନେବା ମାମଲାରେ ଗିରଫ କରିଛି । ସେ ରାୟଗଡ଼ାର ଡ଼ିଏଫ୍‌ଓ କଲୋନୀରେ ଥିବା ନିଜ ବାସଭବନରେ କ୍ଷେତ୍ର ମାଝିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ମନରେଗା କାମର ବିଲ୍ କରିଦେବା ବାବଦରେ କ୍ଷେତ୍ର ମାଝିଙ୍କୁ ଶ୍ରୀ ଚୌଧୁରୀ ଟଙ୍କା ମାଗିଥିଲେ । ଭିଜିଲାନ୍ସ ବିଭାଗ ଗିରଫ କରିବା ସମୟରେ ଦେହ ଅସୁସ୍ଥ ଥିବା ବାହାନା କରିବା ପରେ ତାଙ୍କୁ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା । ଗତକାଲି ରାତି ୩ଟା ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ତାଙ୍କ ସମ୍ପତ୍ତି ଖୋଳତାଡ କରିଥିଲା । ତାଙ୍କ ଠାରୁ ୨୫ ଭରି ସୁନା, ୧୪ ଲକ୍ଷ ୮୧ ହଜାର ୩୦୦ ନଗଦ ଟଙ୍କା, ତାଙ୍କ ପତ୍ନୀଙ୍କ ନାମରେ ୪ ଗୋଟି ଫ୍ଲାଟ୍, ରାଣୀଗୁଡ଼ାରେ ୩ ମହଲା ଘର ଓ ଟିକିରି ଠାରେ ଗୋଟିଏ ଘର ସହିତ ୨ ଗୋଟି ବ୍ୟାଙ୍କ ଲକର୍‌କୁ ଭିଜିଲାନ୍ସ ବିଭାଗ ଜବତ୍ କରିଛି ।

purusottam
Leave A Reply

Your email address will not be published.