ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଆଜି ହେଉଛି ପବିତ୍ର ଶିବରାତ୍ରି ମେଲା ଅନ୍ୟ ବର୍ଷ ଭଲି ଏବର୍ଷ ଭକ୍ତଙ୍କ ସଂଖ୍ୟା ଦେଖିବାକୁ ମିଳିନଥିଲା କରୋନା କଟକଣା ପାଇଁ କାଁ ଭାଁ ଭକ୍ତ ପ୍ରତ୍ୟେକ ଶୈବପୀଠରେ ଦେଖିବାକୁ ମିଳିଥିଲା । ଏମିତି ଏକ ସର୍ବ ପୂରାତନ ଶୈବପୀଠ ଚନ୍ଦନଭାଟୀ ନିକଟସ୍ଥ କଅଗାଁର ଧବଲେଶ୍ୱର ଶୈବପୀଠ । ପ୍ରତିବର୍ଷ ଲାଗେ ମେଲା ଲୋକ ମହୋତ୍ସବର ଆୟୋଜନ ମଧ୍ୟ ହୋଇଥାଏ ହେଲେ ଏବର୍ଷ ସେ ଦୃଶ୍ୟ ଦେଖିବାକୁ ମିଳିନଥିଲା । କରୋନା କଟକଣା ଯୋଗୁଁ ମନ୍ଦିର କମିଟୀ ପକ୍ଷରୁ ହୋଇଥିଲା କଡା ପଦକ୍ଷେପ । ଗେଟରେ ଝୁଲାଯାଇଥିଲା ତାଲା ସେଥିପାଇଁ ଗେଟ୍ ବାହାରୁ ଭକ୍ତ କଲେ ଦର୍ଶନ । ପରିବେଶ ଭକ୍ତିମୟ ଥିଲା ସତ ହେଲେ ମନ୍ଦିର ପରିସରରେ ନଥିଲା ଭକ୍ତଙ୍କ ସମାଗମ। ଗେଟ୍ ବାହାରୁ ଥାଇ ବାବାଙ୍କୁ ମୁଣ୍ଡିଆ ମାରି ଚାଲି ଯାଉଥିଲେ ଭକ୍ତ ଏମିତି କଟକଣା ଭିତରେ ଚାଲିଥିଲା କଅଗାଁ ଧବଲେଶ୍ୱର ମନ୍ଦିରର ଶିବରାତ୍ରି ମେଲା ।
Prev Post