ଭୁବନେଶ୍ୱର, (ସୁଶାନ୍ତ ସାହୁ) : କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଭୁବନେଶ୍ୱର ଡିସିପି ବୋଲି ସୂଚନା ମିଳିଛି । ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗର ପ୍ରୋସେସିଂ ଚାଲିଥିବା ବେଳେ ତାଙ୍କ ନାଁରେ ୫ଟି ଫୌଜଦାରୀ ମାମଲା ମଧ୍ୟ ରହିଛି । ବେଆଇନ ଭାବରେ ଚାଲିଥିବା ସାଉଥ୍ ସିଟି ବାର୍ ମାମଲାରେ ଗତକାଲି ପ୍ରସନ୍ନଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଗିରଫ କରାଯିବାର ଦିନକ ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।