oom

ଡଙ୍ଗରପଡାରେ ଉତ୍କଳୀୟ ମହାବୀର କନ୍ଧ ବଳିଦାନ ମହୋତ୍ସବ ପାଳିତ

jsmm
  • କନ୍ଧ ସମାଜର ବୀରତ୍ୱ ଗାଥାକୁ ମନେ ପକେଇବା ପାଇଁ ଆହ୍ୱାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ଗାଁ ଠାରେ ଉତ୍କଳୀୟ କନ୍ଧ ସମାଜ ଓ ଆଭା ପକ୍ଷରୁ ଉତ୍କଳୀୟ ମହାବୀର କନ୍ଧ ବଳିଦାନ ମହୋତ୍ସବ ମହାସମାରୋହର ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଆରାଧ୍ୟ ଦେବୀ ମା ଜାଡେନ୍‌ଙ୍କ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ସଭାପତି ସତ୍ୟନାରାୟଣ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଡଙ୍ଗରପଡା ପଂଚାୟତ ସରପଂଚ ଧନୁର୍ଯ୍ୟ ମାଝୀ, ମୁଖ୍ୟବକ୍ତା ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଜିଲ୍ଲା ସଭାପତି ସୁରେଶ ଭୋଇ, ଉପଦେଷ୍ଟା ଜଗଦିଶ ସିଂ ଭୋଇ, ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ନାରୀନେତ୍ରୀ କିରଣ ଭୋଇ, ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ସଭାନେତ୍ରୀ ବନିତା ପ୍ରଧାନୀ, ବୁଡୁକା ପ୍ରଗଣା ଗ୍ରାମ୍ୟ ସଭାପତି ଲକ୍ଷ୍ମୀଧର ଭୋଇ, କୋଷାଧ୍ୟକ୍ଷକ ମିନିକେତନ ପାତ୍ର, ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଜିଲ୍ଲା ସଂଯୋଜକ ଦୈତାରୀ ଭୋଇ, ମୁରିବାହାଲ ସଭାପତି ନିଲାଂଚଲ ଭୋଇ, ପିଙ୍କୁ ପ୍ରଧାନୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କନ୍ଧ ସମାଜର ବୀର ମାନଙ୍କର ବୀରତ୍ୱ ଉପରେ ଆଲୋଚନା କରାଯାଇଛି । ଫରାସୀ ବିପ୍ଲବ ପୂର୍ବରୁ ଗଂଜାମ ଜିଲ୍ଲାର ଘୁନସର ଅଂଚଳରେ ଇଂରେଜ ସରକାରଙ୍କ ବିରୁଦ୍ଧରେ କନ୍ଧ ମେଳି ହୋଇଥିଲା । ତା’ ପରେ ପରେ କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାରେ ଶାସକ ମାନଙ୍କ ବିରୁଦ୍ଧରେ ପ୍ରଜାମେଲି ହେବା ସଙ୍ଗେ ସଙ୍ଗେ କନ୍ଧମାନଙ୍କ ମେଲିରେ ଡମ୍‌ଜାତିର ଲୋକ ମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ । ଫରାସୀ ବିପ୍ଲବରେ ସୋନା ଜାନୀଙ୍କର ବଳିଦାନକୁ କନ୍ଧ ସମାଜର ଯୁବପିଢିକୁ ପ୍ରେରଣା ଦାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କନ୍ଧ ଜାତି କିପରି ଭାବେ ଶିକ୍ଷାରେ ଉନ୍ନତି ସହ ସବୁ କ୍ଷେତ୍ରରେ ସହଭାଗିତା ହୋଇ ପାରିବେ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଆଗାମୀ ୫୦ ବର୍ଷ ପାଇଁ ସଂଗଠନ ଶିକ୍ଷା ଓ ସାମ୍ପ୍ରତିକ ବିକାଶ ପାଇଁ କାମ କରିବାକୁ ଯୁବ ପିଢିକୁ ଆହ୍ୱାନ କରାଯାଇଥିଲା । ଡମ୍ବରୁଧର କଁଅର ମଂଚ ପରିଚାଳନା କରିଥିଲେ । କ୍ରିଡାବିତ୍‌ ରାଜଗୋପାଲ ଭୋଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲଲିତ ମୋହନ ଭୋଇ, ରଘୁମଣୀ ମାଝୀ, ବିକ୍ରମ ଭୋଇ, ପରମା ଭୋଇ ପ୍ରମୁଖଙ୍କ ସହ ଡଙ୍ଗରପଡା ପଂଚାୟତରେ ସମାଜର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.