jayashree

ଟିକେ ଆଶ୍ୱସ୍ତି, ରାଜ୍ୟରେ ଖସୁଛି ସଂକ୍ରମଣ ହାର : ଗତ ୨୪ ଘଂଟାରେ ୭୧୮୮ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୧୩୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ ହାର, ଯେଉଁଥି ପାଇଁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୧୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୭,୨୭୧ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୨୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୧୬୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୧୫, ବାଲେଶ୍ୱରରୁ ୧୦୩, ବରଗଡ଼ରୁ ୨୭୧, ଭଦ୍ରକରୁ ୮୯, ବଲାଙ୍ଗିରରୁ ୯୩, ବୌଦ୍ଧରୁ ୨୫୭, କଟକରୁ ୬୯୦, ଦେବଗଡ଼ରୁ ୬୧, ଢେ଼ଙ୍କାନାଳରୁ ୨୫୫, ଗଜପତିରୁ ୧୦୬, ଗଂଜାମରୁ ୧୬୩, ଜଗତସିଂହପୁରରୁ ୧୫୪, ଯାଜପୁରରୁ ୪୦୬, ଝାରସୁଗୁଡ଼ାରୁ ୧୧୪, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୫୪, କେନ୍ଦ୍ରାପଡ଼ାରୁ ୭୫, କେଉଁଝରରୁ ୫୭, ଖୋର୍ଦ୍ଧାରୁ ୧୧୩୪, କୋରାପୁଟରୁ ୨୦୨, ମାଲକାନଗିରିରୁ ୯୨, ମୟୁରଭଂଜରୁ ୩୨୦, ନବରଂଗପୁରରୁ ୨୧୬, ନୟାଗଡ଼ରୁ ୨୪୨, ନୂଆପଡ଼ାରୁ ୬୨, ପୁରୀରୁ ୪୫୭, ରାୟଗଡ଼ାରୁ ୧୬୫, ସମ୍ବଲପୁରରୁ ୧୨୦, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୧୭୨ ଓ ଷ୍ଟେଟ ପୁଲ୍‌ରୁ ୨୩୭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.