oum

ବାବା ସାହେବ ଜୟନ୍ତୀରେ ଜୟ ଭୀମ ନାରାରେ କମ୍ପିବ ବଲାଙ୍ଗିର

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଏପ୍ରିଲ ୧୪ ତାରିଖରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅଛି । ଏଥର ଏହି ଜୟନ୍ତୀକୁ ମହାସମାରୋହରେ ପାଳିତ କରିବା ପାଇଁ ଜିଲ୍ଲା ଦଳିତ ସମାଜ ଅଣ୍ଟା ଭିଡିଛି । ସାରା ଜିଲ୍ଲାରୁ ପ୍ରାୟ ୫ ହଜାର ଦଳିତଙ୍କ ସମାବେଶରେ ଶୋଭାଯାତ୍ରା ଓ ଟାଉନ ହଲ୍‌ରେ ସମାରୋହ ପାଳନ କରାଯିବା ସୂଚନା ରହିଛି । ଏହି ନିଆରା ସମାବେଶ ଦଳିତ ସମାଜକୁ ଏକଜୁଟ କରିବ ବୋଲି ନବ ମନୋନୀତ ସଭାପତି କୁନା ବାଗ କହିଛନ୍ତି । ସେହିପରି ସମାରୋହର ଅପୂର୍ବ ସଫଳତା ପାଇଁ ସହରର ବିଭିନ୍ନ ପଡାରେ ପ୍ରସ୍ତୁତି କରାଯାଉଥିବା ବେଳେ ଏହି ଦିନ ହଜାର ହଜାର ଲୋକଙ୍କ ସମାବେଶ ଓ ଜୟ ଭୀମ ନାରାରେ ବଲାଙ୍ଗିର କମ୍ପିବ ବୋଲି କୋର କମିଟି ସଦସ୍ୟ ଶମ୍ଭୁ ନାଗ କହିଛନ୍ତି ।

Leave A Reply

Your email address will not be published.