csstore

ବଡ଼ମାଲ ଗୋଳାବାରୁଦ କାରଖାନାର ସାଧାରଣ ବୈଠକ ଓ ନୂତନ କାର୍ଯ୍ୟକାରିଣୀ କମିଟି ଗଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା  ଗୋଳାବାରୁଦ କାରଖାନା ସ୍ଥିତ ୱାର୍କମେନ କ୍ଲବଠାରେ ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ ସହ ଅନୁବନ୍ଧିତ ତଥା ଭାରତ ସରକାରଙ୍କ ରକ୍ଷା ମନ୍ତ୍ରଣାଳୟ ଦ୍ୱାରା ମାନ୍ୟତାପ୍ରାପ୍ତ ବଲାଙ୍ଗିର ଗୋଳାବାରୁଦ ୱାର୍କର୍ସ ୟୁନିଅନ ବଡମାଲର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାକୁ କମିଟିର ସଦସ୍ୟ ଶତ୍ରୁଘ୍ନ ସେଲମା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଦୀପ କୁମାର କର ଶ୍ରମିକ ସଙ୍ଗୀତ ପରିବେଷଣ କରିଥିଲେ । ଏହି ସାଧାରଣ ବୈଠକରେ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସନ୍ତୋଷ ପଧାନୀ, ରବିନାରାୟଣ ମିଶ୍ର, ଫିରୋଜ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ କମିଟିର ସଭାପତି ଭରତ ମାଝି ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ସମ୍ପାଦକ ହରିହର ସିଂ ସ୍ୱାଗତ ଭାଷଣ ଓ ଫାଇଲ ସଂଶୋଧନ ପାଇଁ ପ୍ରସ୍ତାବ ଆଗତ କରିଥିଲେ । କୋଷାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ନାଥ ବାର୍ଷିକ ଆୟବ୍ୟୟ ଅଟକଳ ବିବରଣୀ ଉପସ୍ଥାପନ କରିଥିବା ବେଳେ ଏହାକୁ ଧ୍ୱନିମତ ସହ ଅନୁମୋଦନ କରାଯାଇଥିଲା । ଏହି ଅବସରରେ ନୂତନ କାର୍ଯ୍ୟକାରିଣୀ ଗଠନ କରାଯାଇଥିଲା । ଅଖିଳ ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ ସମ୍ପାଦକ ରବୀନ୍ଦ୍ରକୁମାର ମିଶ୍ର ନିର୍ବାଚନ ପରିଚାଳନା କରିଥିଲେ । ନୂତନ କାର୍ଯ୍ୟକାରିଣୀ ପେଟ୍ରନ ଭାବେ ଅରୁଣ କୁମାର ପଟେଲ, ସଭାପତି ହରିହର ସିଂ, ଉପସଭାପତି ଝସକେତନ ରଣା, ସାଧାରଣ ସମ୍ପାଦକ ବିଶ୍ୱମ୍ଭର ତ୍ରିପାଠୀ, ସହ ସମ୍ପାଦକ ଶତଦଳ ବେହେରା, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର ରଣା, କୋଷାଧ୍ୟକ୍ଷ ଡାକ୍ତର ସାହୁ, ଉପକୋଷାଧ୍ୟକ୍ଷା ଶ୍ରୀମତି ମନ ଭୋଇ ଏବଂ ଅଡିଟର ଭାବେ ସରୋଜ କୁମାର ମିଶ୍ର ମନୋନିତ ହୋଇଥିଲେ । ଏଥିରେ ଗୋପାଳ ମାଝି, ସତ୍ୟନାରାୟଣ ଭୋଇ, ତ୍ରିନାଥ ଧରୁଆ, ସୌମ୍ୟରଞ୍ଜନ ସାହୁଙ୍କୁ ସଙ୍ଗଠନ ମନ୍ତ୍ରୀ ଭାବେରେ ମନୋନିତ କରାଯାଇଥିଲା । ଏହି କମିଟିରେ ୪୦ଜଣ କାର୍ଯ୍ୟକାରିଣୀ ସଦସ୍ୟ ଗଠନ କରି ମନୋନିତ କରିଥିଲେ । ଶେଷରେ ଅନିଲ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.