oom

ଆମ ପୁଲିସର ଶାନ୍ତି କମିଟି ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଆଗାମୀ ଇଦୁଲଜୁହା ଓ ଆସନ୍ତା ରଥଯାତ୍ରା ପାଇଁ ଏକ ଶାନ୍ତି କମିଟି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ୱ ଏସଆଇ ରାଜେଶ ବେହେରାଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ ଆମ ପୁଲିସର କର୍ମକର୍ତ୍ତା, ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳର ବାସିନ୍ଦାମାନେ ଯୋଗଦେଇ ନିଜ ନିଜ ମଧ୍ୟରେ ଭାଇଚାରା ଓ ଐକ୍ୟବଦ୍ଧତା ବଜାୟ ରଖିବା ସହ ଉଭୟ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ସମାପନ କରିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେହିପରି କେହି ଅସାମାଜିକ କାର୍ଯ୍ୟକ୍ରମରେ ଲିପ୍ତ ରହିଲେ ଥାନାରେ ଜଣାଇବାକୁ ଶ୍ରୀ ନାୟକ ଅନୁରୋଧ କରିଥିଲେ । ଏହି ବୈଠକରେ ଆମ ପୁଲିସ ତରଫରୁ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ନିହାର ଦାସ, ସନ୍ତୋଷ ସ୍ୱାଇଁ, ସୁବାସ କୁମାର ଗୁପ୍ତା, ଶ୍ୟାମସୁନ୍ଦର ସ୍ୱାଇଁ, ଗଣେଶ ଜୟସିଂହ, ସୁଶାନ୍ତ ସ୍ୱାଇଁ, ତାରକେଶ୍ୱର ରାୟ, ପଞ୍ଚଦେବ ଯାଦବ, ଓମ୍ ପ୍ରକାଶ, ରମଣୀ ଯାଦବ, ଏମ୍ ଡି ଫାରୁକ, ଏମ୍ ଡି ଅଲୁମୁଦିନ, ମୋଗଲା ଖାନ, ବାସୁଦେବ ସ୍ୱାଇଁ, ଶରତ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ନିହାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଥାନା ପକ୍ଷରୁ ଏଏସଆଇ ମନୋରଞ୍ଜନ ପରିଡ଼ା, କ୍ଷେତ୍ରବାସୀ ଜୟପୁରିଆ, ସେବତୀ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.