ବଲାଙ୍ଗିର ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବାଦ ସଭା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ଅନୁସୂଚିତ ଜାତି-ଜନଜାତିଙ୍କ ସଂରକ୍ଷଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଉପରେ ଆଜି ଏହି ପ୍ରତିବାଦ ସଭାର ଆୟୋଜନ ହୋଇଥିବା କୁହାଯାଇଛି । ତେବେ ଗତ ୨୧ ତାରିଖ ଦିନ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଆଜି ବଲାଙ୍ଗିର ଅନୁସୂଚିତ ଜାତି-ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ପ୍ରତିବାଦ ସଭାର ଆୟୋଜନ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ତେବେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ଖାରଜ କରାଯିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ରରେ କୁହାଯାଇଛି ।

Leave A Reply

Your email address will not be published.