ଗୁଡଭେଲା ସମ୍ବାଦ ସାହିତ୍ୟ ଘରର ବିଷୁବ ମିଳନ ଅନୁଷ୍ଠିତ ଓ କମିଟି ପୁନର୍ଗଠିତ

ତୁଷୁରା, (କେପିଏନ୍‌ଏସ୍‌) : ପବିତ୍ର ବିଷୁବ ସଂକ୍ରାନ୍ତି ଶୁଭ ଅବସରରେ ରବିବାର ପୂର୍ବାହ୍ନରେ ତୋଷାଳୀ ବିଦ୍ୟା ମନ୍ଦିର, ତୁଷୁରାଠାରେ ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତା ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଭା ସଞ୍ଚାଳନରେ ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ବିଷୁବ ମିଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ, ବାଗ୍ମୀ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ବରୁଣ ସାହୁ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ତତ୍ପରେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ସ୍ୱରଚିତ କବିତା ପାଠ କରିଥିଲେ । ଦ୍ୱିତୀୟ ଅଧିବେଶନରେ ସର୍ବ ସମ୍ମତିକ୍ରମେ କମିଟି ପୁନର୍ଗଠିତ ହୋଇଥିଲା । ଉପଦେଷ୍ଟା ଭାବେ ବିଶିଷ୍ଟ ସାହିତ୍ୟିକ ତୁଳସୀ ଜୈନ, ସଭାପତି ଶ୍ୟାମସୁନ୍ଦର ପ୍ରଧାନ, ଉପସଭାପତି ସୁଧାକର ପ୍ରଧାନ ଓ ସନ୍ତୋଷ କୁମାର ବେହେରା, ସଂପାଦକ ଆଶୁକବି ହେମନ୍ତ ଦାଶ, ଯୁଗ୍ମ ସଂପାଦକ ଭାବେ ଭକ୍ତବନ୍ଧୁ ସାହୁ ଓ ତୃପ୍ତିମୟୀ ତ୍ରିପାଠୀ, କୋଷାଧ୍ୟକ୍ଷ ଭାବେ ଦେବାଶିଷ ମହାପାତ୍ର ଏବଂ ସଂଯୋଜକ ଭାବେ ସମ୍ବାଦ ପ୍ରତିନିଧି ସୁନିଲ ଜୈନଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପ୍ରହଲ୍ଲାଦ ଦଣ୍ଡସେନା, ସୁବଳ ସାହୁ, ବବିତା ନାୟକ, ସନ୍ତୋଷ ସାହୁ ଓ ଚୁଟୁ ନାଗଙ୍କୁ ଏବଂ ସକ୍ରୀୟ ସଦସ୍ୟ ଭାବେ କନକଲତା ପଣ୍ଡା, ହୀରାବତୀ ସାହୁ, ଗୌରୀ ଶର୍ମା, କୃଷ୍ଣେନ୍ଦୁ ହୋତା ଓ ଦେବେନ୍ଦ୍ର ଭୋଇଙ୍କୁ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ନିମନ୍ତ୍ରିତ ସଦସ୍ୟ ଭାବେ ଦେଓଗାଁ ଓ ସଇଁତଳାର ସମସ୍ତ କବି, କବୟିତ୍ରୀଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ତୋଷାଳୀ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Leave A Reply

Your email address will not be published.