oom

ଖାଦ୍ୟ ନିରାପତ୍ତା ଉପରେ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ

jsmm

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ଅଧ୍ୟକ୍ଷତାରେ ଖାଦ୍ୟ ନିରାପତ୍ତା ଉପରେ ଏକ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି (ଊଖଇଉ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଡିଏମ୍‌ଓ ଡ. ସୁଚେତା ପାଣି , ସିଏସ୍‌ ଓ ପବିତ୍ର ସାହୁ, ଡିଆଇପିଆର୍‌ଓ ମନୋଜ ବେହେରା, ଡିଏସ୍‌ଡବ୍ଲୁଓ ମମତା ଦାଶ, ସିଡିଏଓ ବିଶ୍ୱେଶର ସାହୁ, ଏଫ୍‌ଏସ୍‌ଓ ଭାରତ ଭୁଷଣ ସ୍ୱାଇ, ଏଫ୍‌ଏଓ, ଧର୍ମଗଡ ବିଶ୍ୱଜିତ ନାୟକ, ଭାଗିରଥି ହୋଟେଲ ମାଲିକ ପ୍ରମୋଦ ଖମାରୀ, ବଣିକ ସଂଘ ସଭାପତି ବିଜୟ ସାହୁ, ବିରଞ୍ଚି ପଣ୍ଡା, ଡ. ଅନୁଜ କୁମାର ପାଢ଼ୀ, ଡ. ପି. ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକ ଚଳିତ ବର୍ଷ ଦ୍ୱିତୀୟ ବୈଠକ ଥିଲା । ସିଡିଏମ୍‌ଓ ବୈଠକ ଉଦ୍ଦେଶ୍ୟ ସହିତ ଜିଲ୍ଲାରେ ଖାଦ୍ୟ ନିରାପତ୍ତା କାର୍ଯ୍ୟକଳାପର ଉନ୍ନତି ପାଇଁ ସଦସ୍ୟମାନଙ୍କ ମତାମତ ଆହ୍ଵାନ ଲୋଡ଼ିଥିଲେ । ନିଯୁକ୍ତ ଅଧିକାରୀ, ଖାଦ୍ୟ ନିରାପତ୍ତା ସନ୍ତୋଷ କୁମାର ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକଳାପ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ଆଗାମୀ ଦିନରେ ହେବାକୁ ଥିବା ମାଇକ୍ରୋ ଯୋଜନା ଉପରେ କହିଥିଲେ । ଏହାର ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ପାଇଁ ଖାଦ୍ୟର ମାନ ଯାଞ୍ଚ, ନିମ୍ନ ମାନର କୃତ୍ରିମ ରଙ୍ଗର ବ୍ୟବହାର, ଅଚାନକ ହୋଟେଲ ଏବଂ ରାସ୍ତା କଢ଼ ଉଠା ଜଳଖିଆ ଦୋକାନୀଙ୍କ ପ୍ରସ୍ତୁତ ଖାଦ୍ୟର ଯାଞ୍ଚ, ଦୋଷୀଙ୍କୁ ଦଣ୍ଡ ଏବଂ ଫାଇନ, ବିଭିନ୍ନ ସ୍ଥାନରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହିତ ଏହି ସଭା ଶେଷ ହୋଇଥିଲା ।

jittmm
Leave A Reply

Your email address will not be published.