jayashree

ପାଇକମାଲ ଲାୟନ୍ସ କ୍ଲବ ତରଫରୁ କମ୍ବଳ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଲାୟନ୍ସ କ୍ଲବ ତରଫରୁ ବୁଧବାର ଜର୍ଜଗଡ଼ ଗ୍ରାମରେ କମ୍ବଳ ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ଗରିବ ବୁଢ଼ାବୁଢ଼ୀମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଆମେ କମ୍ବଳ ବଣ୍ଟନ କରୁଛୁ ବୋଲି କ୍ଲବ ସଭାପତି ଗୋବର୍ଦ୍ଧନ ଅଗ୍ରୱାଲ କହିଛନ୍ତି । ଆଜି ୧୫ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଥିବା ବେଳେ ସନ୍ଧ୍ୟାରେ ପୁଣି ଏହି ଗାଁରେ କମ୍ବଳ ବଣ୍ଟନ ହେବ ଓ ରାତ୍ରିରେ ନୃସିଂହନାଥରେ ରହୁଥିବା ବୁଢ଼ାବୁଢ଼ୀ ତଥା ଗୁରୁବାର ନୃସିଂହନାଥରେ ଥିବା ଦରିଦ୍ର ନାରାୟଣ ମାନଙ୍କୁ କମ୍ବଳ ବଣ୍ଟନ କରାଯିବା କାର୍ଯ୍ୟକ୍ରମ ରହିଛି ବୋଲି ସଂଘର ସଭାପତି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି । ଆଜିର ଏହି ମହତ କାର୍ଯ୍ୟରେ ସଂଘର କର୍ମକର୍ତ୍ତା ଜନାର୍ଦ୍ଦନ ପଣ୍ଡା, ଡାକ୍ତର ରାଜୀବ ପଟ୍ଟନାୟ, ନନ୍ଦଲାଲ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.