ନବରଙ୍ଗପୁର ଜିଲ୍ଲାପାଳ ଡଃ.କମଳଲୋଚନ ମିଶ୍ରଙ୍କ ପଦୋନ୍ନତି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡଃ.କମଳଲୋଚନ ମିଶ୍ର ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ)ରୁ ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ)ଭାବେ ପଦୋନ୍ନତି ପାଇଛନ୍ତି । ଭାରତ ସରକାରଙ୍କର ପର୍ସନାଲ, ପବ୍ଲିକ ଗ୍ରିଭାନ୍ସ ଓ ପେନ୍‍ସନ୍‍ ମନ୍ତ୍ରଣାଳୟର ପର୍ସନାଲ ଓ ତାଲିମ ବିଭାଗ ପକ୍ଷରୁ ଗତ ୨୧ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଥିବା ଜଣାପଡ଼ିଛି । ଏଥିରେ ଓଡ଼ିଶା କ୍ୟାଡରର ୧୧ ଜଣ ବରିଷ୍ଠ ଓଏଏସଙ୍କୁ ପଦୋନ୍ନତି ମିଳିଛି । ସେଥିମଧ୍ୟରୁ ନବରଙ୍ଗପୁର ଜିଲ୍ଲାପାଳ ଡଃ.ମିଶ୍ର ସାମିଲ ଅଛନ୍ତି । ଏହା ଜଣାପଡ଼ିବା ପରେ ଜିଲ୍ଲାରେ ଖୁସି ପ୍ରକାଶ ପାଇଛି । ଜିଲ୍ଲାର ବହୁ ସରକାରୀ ଅଧିକାରୀ ଜିଲ୍ଲାପାଳ ଡଃ.ମିଶ୍ରଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.