jayashree

ବିଜୁ ଜନତା ଦଳ ମହିଳା ଶାଖାର ନଗର ସଭାନେତ୍ରୀ ହେଲେ କଳ୍ପନା ମାଝୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ନଗର ବିଜୁ ଜନତା ଦଳର ମହିଳା ଶାଖା ସଭାନେତ୍ରୀ ଭାବେ ଶ୍ରୀମତୀ କଳ୍ପନା ମାଝୀଙ୍କୁ ରାଜ୍ୟ ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମନୋନୀତ କରିଛନ୍ତି । ଫଳରେ ବରଗଡ଼ ପୌରାଞ୍ଚଳରେ ମହିଳା କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ନିଯୁକ୍ତି ପିଇବା ପରେ ଶ୍ରୀମତୀ ମାଝୀ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀମତୀ ମାଝୀ ପୂର୍ବରୁ ବରଗଡ଼ ମ୍ୟୁନିସିପାଲଟିର ଉପନଗରପାଳ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ।

Leave A Reply

Your email address will not be published.