om academy

ସସ୍ମିତା ଓ ଡ. ସୁଚିତ୍ରାଙ୍କୁ କଳିଙ୍ଗ ଗୌରବ ଶ୍ରେଷ୍ଠ ଲେଖିକା ସମ୍ମାନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା କବୟିତ୍ରୀ ତଥା ସାମ୍ବାଦିକା ସସ୍ମିତା ପ୍ରଧାନ ଓ ଅଧ୍ୟାପିକା ଡ. ସୁଚିତ୍ରା ମହାନ୍ତିଙ୍କୁ ଭୁବନେଶ୍ୱର ଠାରେ ଆଇ ୱମେନ୍ସ ଅଫ୍ ସବଷ୍ଟାନ୍ସର ୧୧ତମ ସଂସ୍କରଣର କଳିଙ୍ଗ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛିଫ ଅନୁଷ୍ଠାନର ସମ୍ପାଦିକା ଚିଦାତ୍ମିକା ଖଟୁଆଙ୍କ ଆବାହକତ୍ଵରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ମେଜର କଳ୍ପନା ଦାସ, ନମ୍ରତା ଚଢା, ଜଗନ୍ନାଥ ଖୁଣ୍ଟିଆ, ସୁରଜ କେ. ରାଜ, ଡ. ରୋଜାଲିନ ପାଟ୍ଟଶାଣୀ, ଡ. ରଜନୀକାନ୍ତ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ଏହି ଅବସରରେ ରାଉରକେଲାର ଜଣାଶୁଣା କବୟିତ୍ରୀ ତଥା ସାମ୍ବାଦିକା ସସ୍ମିତା ପ୍ରଧାନଙ୍କୁ କଳିଙ୍ଗ ଗୌରବ ଶ୍ରେଷ୍ଠ ଲେଖିକା ସମ୍ମାନ ଓ ଡ. ସୁଚିତ୍ରା ମହାନ୍ତିଙ୍କୁ କଳିଙ୍ଗ ଗୌରବ ଲେଖିକା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଗଜଲକ୍ଷ୍ମୀ ରାୟ, ବନଜା ମହାନ୍ତି, ଇତି ସାମନ୍ତ, ଝୁଲା ଘଡେ଼ଇ ଓ ଡାକ୍ତର ସ୍ଥିତପ୍ରଜ୍ଞା ବେହେରାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଓଡ଼ିଶା ମହିଳା ସଂସଦ ପତ୍ରିକାର ଏକ ସ୍ୱତନ୍ତ୍ର ସଂସ୍କରଣ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ସାହିତ୍ୟିକ, କବି, ସମାଜସେବୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.