ଜାମସେଠ ସାର୍ବଜନୀନ କାଳୀପୂଜା ରାବଣ ପୋଡ଼ି ସହ ସମ୍ପନ୍ନ

  • ରାବଣପୋଡ଼ି ଦେଖିବା ପାଇଁ ପ୍ରବଳ ଭକ୍ତମାନଙ୍କ ସମାଗମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗାଁରେ ହେଉଥିବା ସାର୍ବଜନୀନ କାଳୀପୂଜା ମଙ୍ଗଳବାର ରାବଣପୋଡ଼ି ସହ କାଳୀପୂଜା ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଯାଇଛି । ରବିବାର କଳସ ଅଧିବାସ ହୋଇ ମଙ୍ଗଳବାର ପୂର୍ଣ୍ଣାହୁତି ହୋଇ ସମ୍ପନ୍ନ ହୋଇଛି । କର୍ତ୍ତା ଭାବରେ ଚନ୍ଦ୍ରଭାନୁ ସାହୁ ଓ ଅନୀତା ସାହୁ ପୂଜାରେ ବସୁଥିବା ବେଳେ ମୁଖ୍ୟ ପୂଜକ ଭାବରେ ପଣ୍ଡିତ ଗୋବର୍ଦ୍ଧନ ଦାଶ ତିନି ଧରି ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ମଙ୍ଗଳବାର ସନ୍ଧ୍ୟାରେ ନେତାଜୀ ଯୁବକ ସଂଘ ନାଟ୍ୟ କଳା ପରିଷଦ ତରଫରୁ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାରମ୍ପରିକ ବଜାଗଜା ଘଣ୍ଟବାଦ୍ୟରେ ରାବଣ ଓ ତାଙ୍କ ଅସୁରଗଣ ଗାଁ ପରିକ୍ରମା କରିଥିବା ବେଳେ ରାମ ଓ ତାଙ୍କ ବାନର ସେନା ମଧ୍ୟ ଗାଁ ପରିକ୍ରମା କରିଥିଲେ । ରାମ, ଲକ୍ଷ୍ମଣ ତାଙ୍କ ବାନର ସେନାଙ୍କ ସହ ମା’ଙ୍କ ଦର୍ଶନ କରିଥିଲେ । ପରେ ରାବଣ ଦରବାର ରାମଲୀଳା ହୋଇ ରାମ ରାବଣକୁ ବଦ୍ଧ କରିଥିଲେ । ନରୋତ୍ତମ ମାଝୀ ରାମଲୀଳାର ନିର୍ଦେଶନା ଦେଇଥିଲେ । ରାବଣ ଭୂମିକାରେ ସୁରେନ୍ଦ୍ର ପାତ୍ର, ରାମ- ରୋହିତ ପଶାୟତ, ଲକ୍ଷ୍ମଣ-ରୋହିତ ରଣା, ସୀତା-ଡୁଡୁ ସାହାଣୀ, ବିଭୀଷଣ-ସୁରେଶ ରଣା, ଇନ୍ଦ୍ରଜିତ-ଜିତୁନ ପଟ୍ଟନାୟକ, ହନୁମାନ-ମଦନ ଭୋଇ, ଜଟାୟୁ- ଅନିଲ ରଣା, ମହିରାବଣ-ଦୁର୍ଯ୍ୟୋଧନ ହଂସ, ବ୍ରହ୍ମା ଗଣ୍ଡାରାମ କଲାରି, ବିଷ୍ଣୁ ରାଜୀବ ଭୋଇ, ମହେଶ୍ୱର ବବଲୁ ରଣା, ଅସୁର କୈଳାସ ହଂସ, ଗିରି ରଣା, ଚନ୍ଦ୍ର ରଣା ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ସଭାପତି କ୍ଷୀରୋଦ ମାଝୀ, ଉପସଭାପତି ପ୍ରମୋଦ ରାଏ, ସମ୍ପାଦକ ଶତୃଘ୍ନ ସାହୁ, କୋଷାଧ୍ୟକ୍ଷ ସନ୍ତୋଷ ପୁଝାରୀ, ସହ କୋଷାଧ୍ୟକ୍ଷ କୁଶଳ ରଣା, ଉପଦେଷ୍ଟା ଆର୍ତ୍ତତ୍ରାଣ ସାହୁ, ସରୋଜ ପଟ୍ଟନାୟକ, ନରୋତ୍ତମ ମାଝୀ,ଅମୀୟ ରଣା, ନାରାୟଣ ପ୍ରଧାନ, ନଟବର ପ୍ରଧାନ, ରମାକାନ୍ତ ପ୍ରଧାନ, ପ୍ରଦୀପ ସାହୁ, ଶିବ ପ୍ରଧାନ, ନିରଞ୍ଜନ ପ୍ରଧାନ, ପାର୍ଥ ରଣା, ତ୍ରିନାଥ ରଣା, ପ୍ରଦୀପ ହଂସ, ଦୁଃଖିଧନ ପ୍ରଧାନ, ଅକ୍ଷୟ ପ୍ରଧାନ, ନେତ୍ରାନନ୍ଦ ରଣା, ରବି ରଣା, ପ୍ରତାପ ସାହୁ, ପ୍ରସନ୍ନ ରଣାଙ୍କ ସମେତ ନେତାଜୀ ଯୁବକ ସଂଘର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । କାଳୀପୂଜା ଶେଷଦିନ ଥିବାରୁ ସନ୍ଧ୍ୟାରେ ମା’ଙ୍କ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତମାନଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.