କେନ୍ଦୁମୁଣ୍ଡିରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼ ବ୍ଲକର କେନ୍ଦୁମୁଣ୍ଡି ଗାଁରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭାଯାତ୍ରାରେ ଗାଁର ୫୦୦ରୁ ଅଧିକ ମହିଳା ଗୋଟିଏ ରଙ୍ଗର ଶାଢୀ ପିନ୍ଧି ପ୍ରଥମେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିବା ଗାଁର ବଦାନ୍ୟ ବ୍ୟକ୍ତି ଘନଶ୍ୟାମ ମେହେରଙ୍କ ବାସଭବନକୁ ଯାଇ ମନ୍ଦିର କର୍ତ୍ତାଙ୍କୁ ବରଣ କରି ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଗାଁ ମୁଣ୍ଡରେ ଥିବା ପୋଖରୀ କୂଳରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ପୂର୍ଣ୍ଣ କଳସ ଧରି ସେଠାରୁ ପୁଣି ଜଗନ୍ନାଥଙ୍କ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି ଭବ୍ୟ ଜଗନ୍ନାଥ ମନ୍ଦିରକୁ ଘନଶ୍ୟାମ ମେହେର ତାଙ୍କର ପୁଅ ସୁବ୍ରତଙ୍କ ସ୍ମୃତି ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରାଯାଇଛି । ଏହା ଆସନ୍ତା ୧ ତାରିଖରେ ଶେଷ ହେବା ସହ ପ୍ରତିଦିନ ଗାଁରେ ପୁରାଣ ପଠନ ଓ ୨୪ ପ୍ରହର ନାମ ସଂକୀର୍ତ୍ତନ ହେବା ସହ ସୋମବାର ଦିନ ମନ୍ଦିର ପ୍ରତିଷ୍ଠା ହେବ ବୋଲି ଜଣାପଡ଼ିଛି । ପ୍ରତ୍ୟେକ ରାତ୍ରିରେ ଦର୍ଶକଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ହେବା ସହ କଂସ ଦରବାର, ମୀନାବଜାର, ଅପେରା ପ୍ରମୁଖ କାର୍ଯ୍ୟକ୍ରମ ରହିଛି । ଭକ୍ତଙ୍କ ପାଇଁ ମାଗଣାରେ ପ୍ରସାଦ ସେବନ କରାଯିବ ବୋଲି ଆୟୋଜକ ସୁବ୍ରତ ସ୍ମୃତି କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.