jayashree

ଖଇରପାଲି ଗ୍ରାମରେ ୧୮ତମ ମହାଲକ୍ଷ୍ମୀ ପୂଜା : କଳସ ଯାତ୍ରାରେ ଶତାଧିକ ମହିଳାଙ୍କ ଯୋଗଦାନ

ବରଗଡ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନ ଖଇରପାଲି ଗ୍ରାମରେ ମାଁ ମହାଲକ୍ଷ୍ମୀଙ୍କ ୧୮ତମ ପୂଜୋନତ୍ସବ ମହା ଆଡମ୍ବର ସହିତ ପାଳନ ହୋଇଯାଇଛି । ଗ୍ରାମର ଶତାଧିକ ମହିଳା ହରିଦ୍ରା ବର୍ଣ୍ଣର ବସ୍ତ୍ର ଧାରଣ କରି କଳସ ଯାତ୍ରାରେ ଯୋଗଦାନ କରିଥିଲେ । କର୍ତ୍ତା ଭାବରେ ସନ୍ତୋଷ ମେହେର ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ମେହେର କାର୍ଯ୍ୟ ନିର୍ବାହ କରିଛନ୍ତି । ବିଭିନ୍ନ ସାଂସ୍କୃତିକ ବାଦ୍ୟ ତାଳେ ତାଳେ କଳସ ଶୋଭାଯାତ୍ରା ବାହାରିଥିଲା । ଏହି କଳସ ଶୋଭାଯାତ୍ରାରେ ସମ୍ବଲପୁରୀ ମହିଳା ରଙ୍ଗିନ ସଂକୀର୍ତ୍ତନ ଦଳ, ଆଦିବାସୀ ନୃତ୍ୟ ଦଳ, ଦାଣ୍ଡିଆ ନୃତ୍ୟ ଦଳ, ଘଣ୍ଟ ବାଦ୍ୟ ସହ ଖଇରପାଲି ଗ୍ରାମ ଉତ୍ସବ ମୁଖର ହୋଇପଡ଼ିଥିଲା । ଗୁରୁବାର ମାଁ ମହାଲକ୍ଷ୍ମୀ ପୂଜୋନତ୍ସବ ଓ ରାତ୍ରିରେ ପାରାୟଣ ଓ ପ୍ରବଚନ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜଳଛତ୍ର ଏବଂ ଅନ୍ନ ପ୍ରସାଦ ଓ କ୍ଷୀରି, ଖେଚୁଡୀ ଭୋଗର ବ୍ୟବସ୍ଥା କରାଯାଇଛି । ଶନିବାର ଦିନ ପୂର୍ଣ୍ଣାହୁତି, ରବିବାର ଉଦ୍‌ଯାପନୀ, ସୋମବାର ମାଁ ମହାଲକ୍ଷ୍ମୀଙ୍କର ଭସାଣୀ ଯାତ୍ରା କରାଯିବାର ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.