ବିଶାଳ କଳସ ଯାତ୍ରା ସହ ଆରମ୍ଭ ହେଲା ଛପନ ପ୍ରହର ନାମଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହର ଅନ୍ତର୍ଗତ ମହାବୀର ପଡ଼ା ସ୍ଥିତ ତୁଳସୀ ଚଉରା ଛକ ନିକଟରେ ଭବ୍ୟ ଆୟୋଜନ ମଧ୍ୟରେ ବିଶାଳ କଳସ ଯାତ୍ରା ସହ ଛପନ ପ୍ରହର ନାମଯଜ୍ଞ ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଶତାଧିକ ମହିଳା ସୁସଜ୍ଜିତ ପଟୁଆରରେ ଗୈରିକ ବସ୍ତ୍ର ପରିଧାନ କରି ସ୍ଥାନୀୟ ବଡ଼ ବନ୍ଧରୁ ପବିତ୍ର କଳସ ଯାତ୍ରାରେ ଜଳ ଆଣିବା ପରେ ଅଧିବାସ କର୍ମ ଆରମ୍ଭ ହୋଇଥିଲା । ବିଭିନ୍ନ ସାଂସ୍କୃତିକ ଦଳ, ସଙ୍କୀର୍ତ୍ତନ ଆଦି କଳସ ଯାତ୍ରାରେ ସାମିଲ ହେବା ଫଳରେ ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଥିଲା । କୋଟପାଡ଼ର ଅବତାର ରୋଡ ସୋ ଗ୍ରୁପର କଳାକାର ମାନଂକ ପ୍ରଦର୍ଶନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମୁଖ୍ୟକର୍ତ୍ତା ଭାବରେ ଘାସିରାମ ଓ ଧର୍ମ ପତ୍ନୀ ସଂଗୀତା ଅଗ୍ରୱାଲ ସଂକଳ୍ପ ନେଇଥିବା ବେଳେ ମୁଖ୍ୟ ପୂଜକ ଶେଷଦେବ ଯୋଶୀଙ୍କ ତତ୍ୱାବଧାନରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଛପନ ପ୍ରହର ନାମଯଜ୍ଞ ଆସନ୍ତା ଶୁକ୍ରବାର ଦିନ ସମ୍ପନ୍ନ ହେବାକୁ ଥିବାବେଳ ପରିଚାଳନା କମିଟି ଶ୍ରଦ୍ଧା ଓ ଭକ୍ତିର ସହ ଜନସାଧାରଣଙ୍କ ସହଯୋଗ ସହିତ ଅନ୍ନ ପ୍ରସାଦରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.