ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା ଗାଁରେ ୧୭ତମ ମହାଲକ୍ଷ୍ମୀ ପୂଜା ପାଇ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶିବ ମନ୍ଦିର ଦେବବନ୍ଧ ପୋଖରୀରୁ କଳସ ଆଣି ପୂଜାସ୍ଥଳରେ ସ୍ଥାପନ କରିଥିଲେ । ଏଥିରେ ପୂଜାକର୍ତ୍ତା ଭାବେ ଜୟଚନ୍ଦ୍ର ବେହେରା ଓ ତାଙ୍କ ସହ ଧର୍ମିଣୀ ପୂର୍ଣ୍ଣାବତୀ ବେହେରା ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ଡ଼. ନାରାୟଣ ମିଶ୍ର, ହୃଷିକେଶ ଦାଶ, ଆର୍ତ୍ତତ୍ରାଣ ଦାସ, ପ୍ରତାପ ଦାସ, ରୋହିତ ଦାସ ଦାୟିତ୍ୱ ନିର୍ବାହ କରିଥିଲେ । ଆୟୋଜକ କମିଟିର ଆବାହକ ତଥା ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ଆୟୋଜକ ସୁଶାନ୍ତ କୁମାର ବେହେରା, ସଭାପତି ରତ୍ନମଣୀ ବେହେରା, ସମ୍ପାଦକ ସତ୍ୟ ପୁଟେଲ, ଉପଦେଷ୍ଟା -କପିଳ ବେହେରା, ଭିକାରି ଚରଣ ବେହେରା, ଶମ୍ଭୁ ଶଙ୍କର ବେହେରା, ଶମ୍ଭୁ ପୁଟେଲ, ଅବେଦ ବେହେରା, ସଦସ୍ୟ ପ୍ରଭୁଲାଲ ବେହେରା, ବନମାଳି ପୁଟେଲ, ଧନିରାମ ପୁଟେଲ, ହରେକୃଷ୍ଣ ପୁଟେଲ, ମହେନ୍ଦ୍ର ଭୋଇ, ହରେ କୃଷ୍ଣ ବେହେରା, ଜିତେନ୍ଦ୍ର ବେହେରା, ପ୍ରମୋଦ ବେହେରା, କୁଶ ବେହେରା, ବୈଷ୍ଣବ ଜାନି, ପ୍ରମୋଦ ବେହେରା, ରୁପେଶ ବେହେରାଙ୍କ ସହ ଆୟୋଜକ କମିଟି ଓ ଗ୍ରାମବାସୀ ସହଯୋଗ କରିଥିଲେ । ବୁଧବାର ପୂଜା ଆରମ୍ଭ ହୋଇ ଶନିବାର ସକାଳେ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ପାଳନ କରାଯାଉଛି । ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜକ କରାଯାଇଛି ।