centurian jitm

ସଦାଇପାଲିରେ ୨୫ତମ ଗଜଲକ୍ଷ୍ମୀ ପୂଜା ରୌପ୍ୟ ଜୟନ୍ତୀ ପାଇଁ କଳସ ଯାତ୍ରା ଶୁଭାରମ୍ଭ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦାଇପାଲି ଠାରେ ୨୫ତମ ରୌପ୍ୟ ଜୟନ୍ତୀ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ କଳସ ଯାତ୍ରା ଶୁଭାରମ୍ଭ ହୋଇଯାଇଛି । ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଶତାଧିକ ଗ୍ରାମବାସୀ ଏହି କଳସ ଯାତ୍ରାରେ ଉପସ୍ଥିତ ରହିଥିଲେ । ଆୟୋଜକ ଫକୀର ମୋହନ ଥାଟିଙ୍କ ଆୟୋଜନରେ ପୂଜକ ଭାବରେ କିଶୋର ମିଶ୍ର, ମୁଖ୍ୟ କର୍ତ୍ତା ଭାବେ ଶମ୍ଭୁ ପ୍ରସାଦ ନାଏକ । ସହଧର୍ମିଣୀ ତପସ୍ୱିନୀ ନାଏକ, ସହ କର୍ତ୍ତା ଭାବରେ ରାଜେନ୍ଦ୍ର ପ୍ରସାଦ ମିଶ୍ର । ସହଧର୍ମିଣୀ ଚନ୍ଦ୍ରମା ମିଶ୍ର, ଫକୀର ମୋହନ ଥାଟି ଓ ସହଧର୍ମିଣୀ ଗୁଳାପୀ ଥାଟି, ଦିଲୀପରାଜ ନାଏକ । ସହଧର୍ମିଣୀ ସୁଜାତା ନାଏକ, ହେମନନ୍ଦ ବାଗ ଦାୟିତ୍ୱ ତୁଲାଉଛନ୍ତି । ଲଗ୍ନ ଅନୁସାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ୨୮ ତାରିଖ ସକାଳ ୮ ଘଣ୍ଟା ସମୟରେ ପୂଜାରମ୍ଭ ହେବ । ସାତ ତିନ ଧରି ରୌପ୍ୟ ଜୟନ୍ତୀ ପାଳନ ହେବ । ସେହିପରି ୨୯ ତାରିଖ ରବିବାର କିୀର୍ତ୍ତନ, ୩୦ ତାରିଖ ସୁନ୍ଦରାକାଣ୍ଡ ପାରାୟଣ, ୩୧ ତାରିଖ ରାମଲୀଲା ସୀତା ଚୋରୀ, ୦୧ରୁ ୩ ତାରିଖ ପର୍ୟ୍ୟନ୍ତ ସଂଧ୍ୟା ୭ ଘଣ୍ଟାରୁ ୧୦ ଘଣ୍ଟା ପର୍ୟ୍ୟନ୍ତ କଂସ ଦରବାର, ରାତି ୧୧ଟାରୁ ଅପେରା, ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ପଞ୍ଚାନନ ମିଶ୍ର ସୂଚନା ଦେଇଛନ୍ତି । କୋଷାଧକ୍ଷ ଅନ୍ତର୍ୟ୍ୟାମୀ ପଟେଲ, ମେନେଜର ବାଟୁ ନାଏକ, ନିଖିଳ ସାଏ, ସୀତାରାମ ପଟେଲ, ରାଜେଶ ବାରିକ, ରମାକାନ୍ତ ନାଏକ, ଯଶବନ୍ତ ଭୋଇ, ପ୍ରଶାନ୍ତ ନାଏକ, ଅନନ୍ତ ସାଏ, ଗୌରୀ ନାଏକ, ରଘୁ ନାଏକ ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.