ls

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

sb

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ମ.ରାମପୁର ନିକଟସ୍ଥ ବୁରାଟ ଗ୍ରାମରେ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ଆଜି ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିିତ ହୋଇଯାଇଛି । କର୍ତ୍ତା ଭାବରେ ଭଗବାନ ଜେନା ଓ ତାଙ୍କ ଧର୍ମପତ୍ନୀ ଫୁଲ ଜେନା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପୂଜକ ତ୍ରିଲୋଚନ ଦାଶ, ଯୁଗଳ ପ୍ରହରାଜ, ପୀତାମ୍ବର ତ୍ରିପାଠୀ ଦାୟିତ୍ୱ ସଂପାଦନ କରୁଛନ୍ତି । ଆୟୋଜକ କମିଟି ଲଳିତ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ବିଶି, ହେମ ସାଗର ହେର୍ଣ୍ଣାଙ୍କ ନେତୃତ୍ୱରେ କଳସ ଯାତ୍ରା ଉତ୍ତେଇ ନଦୀଠାରୁ ଆରମ୍ଭ କରି ବୁରାଟ ଗ୍ରାମ ପରିକ୍ରମା କରିଥିଲା । କଳସ ଶୋଭାଯାତ୍ରାରେ ବିଭିନ୍ନ ସଂକୀର୍ତ୍ତନ ଦଳ, ଶ୍ରୀରାମକୃଷ୍ଣ ଆଶ୍ରମ ଘୁମୁରା ଦଳ ସାମିଲ ହୋଇଥିଲେ । ଷୋହଳ ପ୍ରହର ନାମଯଜ୍ଞ ଆସନ୍ତାକାଲିଠାରୁ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହେବ । ଏଥିରେ କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଜିଲ୍ଲାରୁ ୫ଟି ମହିଳା ସଂକୀର୍ତ୍ତନ ଦଳ ସହିତ ସର୍ବମୋଟ ୧୧ଟି ସଂକୀର୍ତ୍ତିନ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମର ମର୍ଦ୍ଧରାଜ ସ୍ୱାଇଁ, ବିରଞ୍ଚି ବେହେରା, ଗୋଲାପ ସ୍ୱାଇଁ, ବୁଡ଼ୁ ମାଝୀ, କୃଷ୍ଣଚନ୍ଦ୍ର ଜେନା, ରମେଶ ଚନ୍ଦ୍ର ବଗର୍ତ୍ତୀ, ମନୋଜ ଘଡ଼େଇ, ନରେଶ ଗଉଡ, ମୀନକେତନ ଜେନା, ପର୍ଶୁରାମ ବେହେରା, ହରି ପଧାନ ପ୍ରମୁଖ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.