କଲରାପତରିଆ ବାଘଛାଲ ସହ ୫ ଗିରଫ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବନ୍ୟପ୍ରାଣୀଙ୍କ ବିଭିନ୍ନ ଅଙ୍ଗ ଜବତ କରିଥିବାର ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କଲରାପତରିଆ ବାଘଛାଲ, ସମ୍ବର, ସିଂଘ, ହେଟାବାଘର ଦାନ୍ତ ତଳ ମାଢ଼ି, ଚିଲ ପକ୍ଷୀର ପର, ଦେଶୀ ବନ୍ଧୁକ, ଅଗ୍ନି ଜାଳିବା ସାମଗ୍ରୀ, ୩ ଗୋଟି ଧନୁ ତୀର ଆଦି ସାମଗ୍ରୀ ଜବତ କରାଯାଇଛି । ଦାବ୍ରୀ ଗ୍ରାମର ୨ଟି ଘରକୁ ବନବିଭାଗ ଚଢ଼ାଉ କରିଥିବା ବେଳେ ସେଠାରୁ ବନ୍ୟପ୍ରାଣୀଙ୍କ ବିଭିନ୍ନ ଶରୀରର ଅଙ୍ଗ ଜବତ କରିଥିବା ଜଣାପଡିଛି । ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ୨ ଜଣ ଫେରାର୍‌ ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ଟିକଚନ ମାଝୀ (୨୬), ଜୟରାମ ମାଝୀ (୪୪), ଗୋରେଖ ଲାଲ (୬୫), ପୂର୍ଣ୍ଣ ମାଝୀ (୨୩), ସଚିନ୍ଦ୍ର ମାଝୀ (୧୯) ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.