centurian jitm

ବିଜୁବାବୁଙ୍କ ପ୍ରତିମୂର୍ତ୍ତିଙ୍କୁ ନିଆଁ ଲଗେଇବା ଘଟଣାରେ ଥାନାର ଦ୍ୱାରସ୍ଥ ବିଧାୟକ ସରୋଜ ମେହେର : ପ୍ରଚ୍ଛଦପଟ୍ଟର ଖଳନାୟକକୁ ଧରିବ ତ ପୋଲିସ

nschool

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପର୍ଶୁରାମ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ କେହିଜଣେ ଦୁର୍ବୁର୍ତ୍ତ ନିଆଁ ଲଗାଇ ଦେଇଥିବା ବେଳେ ପ୍ରତିମୂର୍ତ୍ତି ହୁହୁ ହୋଇ ଜଳୁଥିଲା, ଖବର ପାଇ ପାଟଣାଗଡ଼ ପୋଲିସ ଓ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ପୋଲିସ ସିସିଟିଭି ଆଧାରରେ ବଥର୍ଲା ଗ୍ରାମର ମାନସିକ ବିକୃତ ଯୁବକ ହିରୁ ସାହୁକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ପାଟଣାଗଡ଼ ଏନଏସି ତରଫରୁ ପ୍ରତିମୂର୍ତ୍ତିକୁ ପୁଣି କଳା ଜରିରେ ଘୋଡାଇ ଦିଆଯାଇଛି । ଦୀର୍ଘ ଦିନରୁ ବିବାଦୀୟ ଯାଗାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବାରୁ ମାମଲା କୋର୍ଟରେ ବିଚରାଧୀନ ଥିବାବେଳେ ପ୍ରଶାସନତରଫରୁ ଜରି ଘୋଡାଇ ରଖାଯାଇଥିଲା । ଘଟଣାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତକୁ ଗିରଫ କରିବା ସହିତ ପ୍ରଚ୍ଛଦପଟ୍ଟରେ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ନେବା ପାଇଁ ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ସମସ୍ତ କର୍ମୀ ପାଟଣାଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଜଣେ ମାନସିକ ବିକୃତ ବ୍ୟକ୍ତିକୁ ଥାନାକୁ ଆଣି ପଚାରୁଛି ପୋଲିସ, ନ୍ୟାୟ ମିଳିବ ନା ନାହିଁ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.