ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଞ୍ଚାୟତ କଅଗାଁ ଗ୍ରାମର ୭ ଜଣ କଳାକାର ୭୭ତମ ସାଧାରଣତନ୍ତ୍ର ଦିବସ ଦିଲ୍ଲୀ ଠାରେ ବନ୍ଦେ ମାତରମ୍ ପ୍ୟାରେଡ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମ୍ମୁଖରେ ନିଜ କଳାକୁ ଦେଖାଇବା ସୁଯୋଗ ପାଇଥିଲେ । କଳାକାର କୀର୍ତ୍ତି ରଞ୍ଜନ ସିଂହ, ବୈକୁଣ୍ଠ ଅଦାବରିଆ, ଆଶୁତୋଷ ଜାଲ, ସତ୍ୟନାରାୟଣ ପୁଟେଲ, ନୀଳାମ୍ବର ଅଦାବରିଆ, ସନ୍ତୋଷ ସେଟ୍, ଡାକ୍ତର ଥପ୍ପା ପ୍ରମୁଖ ଯୋଗ ଦେଇଥିବା ହେତୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
Prev Post