jayashree

ନଭେମ୍ବରରେ ହେବାକୁ ଥିବା କଳାକାର ସମ୍ମିଳନୀ ବାତିଲ ନିଷ୍ପତ୍ତି : ଡିସେମ୍ବରରେ ରାଜଧାନୀ ଚାଲ ଡାକରା ଦେଲା କଳାକାର ମହାସଂଘ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କଳାକାରଙ୍କ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚଳିତ ମାସ ବରଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା କଳାକାର ସମ୍ମିଳନୀକୁ ବାତିଲ ଘୋଷଣା କରାଯାଇ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ପଶ୍ଚିମ ଓଡିଶା କଳାକାର ମହାସଂଘ ଓ ରାଜ୍ୟ କଳାକାର ମହାସଂଘର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କଳାକାର ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ଲୋକକଳା ଭବନଠାରେ ଆଜି ରାଜ୍ୟ କଳାକାର ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ କଳାକାର ମହାସଂଘ ଉପସଭାପତି ଭୁବନେଶ୍ୱର ପ୍ରଧାନ ପଶ୍ଚିମାଞ୍ଚଳ ମିଳିତ କଳାକାର ମଞ୍ଚର ଅଧ୍ୟକ୍ଷ ଶଙ୍କର ପଟ୍ଟନାୟକ, ପଶ୍ଚିମ ଓଡିଶା କଳାକାର ମହାସଂଘର ସମ୍ପାଦକ ଗୋପବନ୍ଧୁ ପୁରୋହିତ, ନୃତ୍ୟ ନିର୍ଦେଶକ ସୁରଥ କୁଅଁର ଓ ପଞ୍ଚାନନ ମହାପାତ୍ର ପ୍ରମୁଖଙ୍କ ସମେତ ପଶ୍ଚିମ ଓଡିଶାର ଅନେକ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ସମାବେଶ ଆୟୋଜନକୁ ସମର୍ଥନ ଜଣାଇଛନ୍ତି । ପ୍ରକାଶଥାଉକି ଚଳିତ ମାସ ହେବାକୁ ଥିବା କଳାକାର ସମ୍ମିଳନୀ ଡିସେମ୍ବରକୁ ଘୁଞ୍ଚାଇ ଏହା ରାଜଧାନୀରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗୃହୀତ ହୋଇଥିଲା ଓ ଏ ସମ୍ବନ୍ଧରେ ତାରିଖ ଓ ରାଜଧାନୀରେ ସମାବେଶ ଆୟୋଜନ ସ୍ଥାନ ପରବର୍ତ୍ତୀ ସମୟରେ ସବୁ ବର୍ଗର କଳାକାରଙ୍କୁ ଏ ବିଷୟରେ ଅଗ୍ରୀମ ସୂଚନା ପ୍ରଦାନ କରାଯିବା ସହିତ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ ବୋଲି ମହାସଂଘ ତରଫରୁ ଅଧ୍ୟକ୍ଷ ଶ୍ରୀ ପାଇକ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.