
ଭୁବନେଶ୍ୱର : ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ଆସି ପହଞ୍ଚିବେ । ଏହା ପରେ ବିମାନବନ୍ଦର ନିକଟରୁ ତାଙ୍କର ମେଗା ରୋଡ୍ ସୋ’ ଆରମ୍ଭ ହେବ । ତେବେ ମୋଦିଙ୍କ ରୋଡ୍ ସୋ’ ପାଇଁ ଆଜି ରାଜଧାନୀ ଏକ ପ୍ରକାର ଉତ୍ସବମୁଖର ହୋଇପଡ଼ିଛି । ଭୁବନେଶ୍ୱର ଉପକଣ୍ଠ ସମେତ ପଡ଼ୋଶୀ ଜିଲ୍ଲାରୁ ଶହ ଶହ କଳାକାରମାନେ ସକାଳୁ ଆସି ରାଜଧାନୀରେ ପହଞ୍ଚି ସଜବାଜ ହେଉଛନ୍ତି । କଣ୍ଢେଇ ନାଚ, ଘୋଡ଼ା ନାଚ ସହ ଘଣ୍ଟ, ତୁରୀ, ମହୁରୀ ଆଦି ବାଦ୍ୟଯନ୍ତ୍ରକୁ ରଖାଯାଉଛି । ଏଥିସହ ଲୋକକଳା ମଧ୍ୟ ପ୍ରଦର୍ଶନ କରାଯିବ ।