ସପ୍ତମୀ ଦିନରେ କାତ୍ୟାୟନୀ ଓ କାଳରାତ୍ରୀ ରୂପରେ ପୂଜା ପାଇଲେ ମାଁ ବନଦୁର୍ଗା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ଚୈତ୍ର ବାସନ୍ତିକ ଦୁର୍ଗାପୂଜାର ଷଷ୍ଠୀ ଓ ସପ୍ତମୀ ଦିନରେ ମାଁ ଦୁର୍ଗା କାତ୍ୟାୟନୀ ଓ କାଳରାତ୍ରୀ ରୂପରେ ଧରାପୃଷ୍ଟରେ ଅବତରଣ କରି ଭକ୍ତବତ୍ସଳଙ୍କୁ ଦର୍ଶନ ଦେଇଥିଲେ । ଏଥିର ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ତତ୍ୱାବଧାନରେ ଦେବୀ କାତ୍ୟାୟନୀ ଓ ଦେବୀ କାଳରାତ୍ରୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସକାଳ ୭ ଘ.ସମୟରେ ପାର୍ଶ୍ୱଦେବତା, ସୂର୍ଯ୍ୟଦେଵତାଙ୍କୁ ଅବାହନକରି ସାରିବା ପରେ ମା’ଙ୍କ ପୂଜାର୍ଚନା ଆରମ୍ଭ ହୋଇଥିଲା । ଚଣ୍ଡି ପାଠକ ଗିରିଶ ଚନ୍ଦ୍ର ହୋତା, ଅଶୋକ ପଣ୍ଡା, ଦେବେନ୍ଦ୍ର ତ୍ରିପାଠୀ, ରାଜେଶ ନନ୍ଦ, ବନଦୁର୍ଗା ମନ୍ଦିର ପୂଜକ ପ୍ରଶାନ୍ତ କୁମାର ପଣ୍ଡା (ସୁରୁ), ଲକ୍ଷ୍ମୀ ମନ୍ଦିର ପୂଜକ ଉଦୟ ନନ୍ଦ, ଗୌରାଙ୍ଗ ବାରିକ ସମେତ ମନ୍ଦିର ସଭାପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ୍ୟ ଅନିଲ କୁମାର ବେହେରା, ମନ୍ଦିର କର୍ମକର୍ତ୍ତା ସୁଶାନ୍ତ ପଧାନ, ଗଜାନନ ଶର୍ମା, ପ୍ରତାପ ମିଶ୍ର, ଗଜାନନ ଅଗ୍ରୱାଲ, ଉମେଶ ଚନ୍ଦ୍ର ସାହୁ, ବିଷ୍ଣୁ ଥପା, ନାରାୟଣ ଭୋଇ, ବୁଧୁ ସାହୁ, ସରୋଜ ଯୋଶୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ଟ. ୭୦.୦୦ ଙ୍କା ବିନିମୟରେ ଅନ୍ନଭୋଗ ଓ ସନ୍ଧ୍ୟା ୭.୩୦ ମି.ସମୟରେ ସନ୍ଧ୍ୟା ମହାଆଳତି ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି କମିଟି ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.