centurian jitm

ଉତ୍କଳ ଦିବସକୁ କଳା ଦିବସ ପାଳନ କରିବା ପୂର୍ବରୁ କୋଶଲ ସଂଗ୍ରାମୀଙ୍କୁ ଗିରଫ କଲା ବେଲପଡା ପୋଲିସ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ଓଡିଶାରେ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ ତାକୁ ବିରୋଧ କରି ପଶ୍ଚିମ ଓଡ଼ିଶା କଳା ଦିବସ ପାଳନ କରୁଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ବେଲପଡା ପୋଲିସ ଆଜି ସକାଳୁ ବେଲପଡାର କୋଶଲ ସଂଗ୍ରାମୀ ଜିତୁ ନାଏକ, ଯୁଗଲ କିଶୋର ମେହେର, ସିପୁନ ଖମାରିଙ୍କୁ ଉଠାଇ ନେଇଯାଇଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଶଲ ରାଜ୍ୟ ପାଇଁ ଜୋରଦାର ଆନ୍ଦୋଳନ କରିଆସୁଛନ୍ତି । କିନ୍ତୁ ଏହି ବର୍ଷ ଆହୁରି ମଜବୁତ କରି କଳା ଦିବସ ପାଳନ କରିବାର କାର୍ଯ୍ୟକ୍ରମ ଥିଲା ବେଳେ ସଂଗ୍ରାମୀ ମାନଙ୍କୁ ବେଲପଡା ପୋଲିସ ଗିରଫ କରିଛି ।

Leave A Reply

Your email address will not be published.