
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ରାଜ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ୫ ଦଫା ନେଇ ବଲାଙ୍ଗିର ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କଳା ବ୍ୟାଜ ପିନ୍ଧି ଶନିବାରଠାରୁ ନୀରବ ପ୍ରତିବାଦ କରୁଛନ୍ତି । ସେମାନେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରିବେ ବୋଲି ଜଣାପଡିଛି । ସୂଚନା ଅନୁସାରେ ପ୍ରତି ବ୍ଲକର ଆର୍ଥିକ ଅନଗ୍ରସର ପିଲାଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ଲକ୍ଷ୍ୟ ନେଇ ୨୦୧୬ ମସିହାରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହା ତାର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରି ଦେଶର ଶ୍ରେଷ୍ଠ ୧୦ମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଅଛି । ତଥାପି ନିଯୁକ୍ତି ନିୟମରେ ଥିବା ବ୍ୟବସ୍ଥାଗୁଡିକ ଦୀର୍ଘ ସାତ ବର୍ଷ ପରେ ମଧ୍ୟ ଲାଗୁ ହୋଇପାରି ନାହିଁ । ଚାକିରି ସର୍ତ୍ତାବଳୀ ଓ କ୍ୟାଡର ନିୟମାବଳୀ ମଧ୍ୟ ଏ ପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ । ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ନିୟମାବଳୀ କ୍ରମାଙ୍କ ୧୫, ୧୯ ସଂଶୋଧନ, ସର୍ଭିସ କଣ୍ଡିସନ ସହ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ (ଏଚ୍.ଆର୍.ଏମ୍.ଏସ୍.)ଜରିଆରେ ସମସ୍ତ କର୍ମଚାରୀଙ୍କୁ ଦରମା ଓ ପୁନଃ ଥଇଥାନ ଆଦି ଦାବୀ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ବଲାଙ୍ଗିର ଜିଲ୍ଲା ଶାଖା ସଭାପତି ଗଜମଣୀ ବାଗ, ଉପସଭାପତି ଜୟନ୍ତ ସାହୁ, ସମ୍ପାଦକ ଗୋପବନ୍ଧୁ ମେହେର, ସହସମ୍ପାଦକ ସସ୍ମିତା କହ୍ନେର, କୋଷାଧ୍ୟକ୍ଷ ମନୀଷା ସାହୁ, ଉପକୋଷାଧ୍ୟକ୍ଷ ଚକ୍ରଧର ଦୀପ, ଜିଲ୍ଲାର ବିଭିନ୍ନ ବ୍ଲକର ବିଦ୍ୟାଳୟ ପ୍ରତିନିଧି ଶଶାଙ୍କ ଶେଖର ତ୍ରିପାଠୀ, ପ୍ରିୟବ୍ରତ ଆଚାର୍ଯ୍ୟ, ପ୍ରତାପ ରୁଦ୍ର ବିଶି, ରତନ କୁମାର ମେହେର, ସରୋଜ କୁମାର ପୃଷ୍ଟି, ପ୍ରକାଶ କୁମାର ରାଉତ, ସନ୍ମୟ ଶବର, ନିର୍ମଲ ପାଣ୍ଡେ, ମାନସ ରଂଜନ ସାହୁ, ଭଜେନ୍ଦ୍ର ରଣା, ଅଣାକାର ପ୍ରସାଦ ସାହୁ, ପ୍ରଦୀପ କୁମାର ନନ୍ଦ, ହେମନ୍ତ ପୋଢ ଓ ରଶ୍ମୀତା ମିଶ୍ର ପ୍ରମୁଖ ସୂଚନା ଦେଇଛନ୍ତି ।