ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା ସଂକଳ୍ପ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ସମବାୟ ବ୍ୟାଙ୍କ ସମ୍ମୁଖରେ ମୁର୍ମୁଷ ଅବସ୍ଥାରେ ଅଚେତ ହୋଇ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ପଦ୍ମପୁର ପୋଲିସ କର୍ମଚାରୀ ଅଭିମନ୍ୟୁ ସାହୁଙ୍କ ଠୁ ଖବର ପାଇ ସଂକଳ୍ପ ପରିବାର ବରଗଡର ସଦସ୍ୟ ଆୟୁଷ୍ମାନ ବାରିକ, ବବଲୁ ସାହୁ, ନିରାକାର ପ୍ରଧାନ, ଗତିକୃଷ୍ଣ ଭୋଇ, ଭଗବାନ ରଣା, ନାରାୟଣ ମେହେର ୧୦୮ ଆମ୍ବୁଲାନ୍ସ ଦ୍ୱାରା ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ନେଇ ଭର୍ତ୍ତି କରିବା ସହ ଆବଶ୍ୟକ ଚିକିତ୍ସା କରେଇଛନ୍ତି । ଆଗରୁ ଛାତି ଓ ପିଠି ପୋଡ଼ିଯାଇ ଘା ହୋଇଯାଇଛି । ଦୁର୍ଗନ୍ଧରେ ଫାଟି ପଡୁଥିବା ଘାକୁ ସଫା କରି ପିନ୍ଧିଥିବା ପୋଷାକ ବଦଳେଇ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି । ବୃଦ୍ଧାଙ୍କ ପରିଚୟ ମିଲିଳେ ତାଙ୍କ ପରିବାରଙ୍କୁ ଖବର ଦିଆଯିବ ନଚେତ କୌଣସି ବୃଦ୍ଧାଶ୍ରମରେ ଜିମାଦେବେ ବୋଲି ଜଣାପଡିଛି । ସେ ଯାହା କିଛି ହେଉନା କାହିଁକି ଜଣେ ମା ସୁରକ୍ଷିତ ଓ ପରିବାର ପାଖରେ ପହଞ୍ଚିବା ପାଇଁ ହୋଇୟଥବା ସଂକଳ୍ପ ପରିବାରର ଉଦ୍ୟମକୁ ବୁଦ୍ଧିଜୀବୀ ମହଲରୁ ଶତ ଧନ୍ୟବାଦ ଜ୍ଞାପନ କରାଯାଇଛି ।

jittmm
Leave A Reply

Your email address will not be published.