ବଲାଙ୍ଗିର ମିଶନ ପଡିଆରେ ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କିଛି ଯୁବକ ମିଶନ ପଡିଆରେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି । କିଛି ଲୋକ ରାତିରେ ଆସି ସେଠାରେ ମଦ ମାଂସ ଖାଇ ପଡିଆରେ କାଚ୍‌ ବୋତଲ, ପ୍ଲାଷ୍ଟିକ, ଜରି ବିଭିନ୍ନ ପ୍ରକାରର ଆବର୍ଜନା କରି ପକାଇ ଚାଲି ଯାଉଛନ୍ତି । ସହରରେ ମିଶନ ପଡିଆ ପାଖା ପାଖି କୌଣସି ପଡିଆ ନଥିବାରୁ ଜନସାଧାରଣ ତା ଉପରେ ନିର୍ଭର କରୁଛନ୍ତି । ଦୟାପୂର୍ବକ ଏହା ପଡ଼ିଆ ପ୍ରତି ପ୍ରଶାସନ ଟିକେ ନଜର ରଖିବେ ବୋଲି ସଫେଇ କାର୍ଯ୍ୟକ୍ରମ କରି ଯୁବକ ମାନେ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅକ୍ଷୟ ବନଛୋର, ବେଣୁଧର ନାଗ, ରାଜେଶ ନାଏକ, ଆଦେଶ ନାଏକ, ସତ୍ୟ ବାବୁ, ନାଥ ବାବୁ, ମହାପାତ୍ର ବାବୁ, କିଙ୍ଗ, ସୋଲମନ, ବିଜୟ ବାଗ, ସୁନିଲ ଦୀପ, ସୁରୁ ଦୀପ, ଟିଂକୁ ଓ ରିଙ୍କୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.