୫୧ ବର୍ଷରେ ମଦନପୁର ଦୁର୍ଗାପୂଜା : ମନ ମୋହୁଛି ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ମ.ରାମପୁର, (ପି.କେ ସାହୁ) କଳାହାଣ୍ଡି ଜିଲା ମ. ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରରେ ଚାଲିଛି ୫୧ତମ ସାର୍ବଜନୀନ ଦୁର୍ଗାପୂଜା । ଏହି ପରିପ୍ରେକ୍ଷୀରେ ମା’ଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ପ୍ରବଳ ଭିଡ । ଭକ୍ତ ମାନେ ନିଜ ନିଜର ମାନସିକ କରି ମା’ଙ୍କ ଆଗରେ ଲୋଟି ଯାଉଛନ୍ତି ତ କିଏ ଆନନ୍ଦ ଅଶ୍ରୁ ଖୁସିରେ ଭିଜାଇ ଦେଉଛି ନିଜ ଶରୀର । ପ୍ରତ୍ୟହ ମା’ ମାନେ ପରାତ ଥାଳିରେ ଲିଆ ଲଡ଼ୁ, ବୁନ୍ଦିଆ, କଦଳୀ, ଚୁଡ଼ି, ସିନ୍ଦୁର, ନାରିକେଳ, ଫୁଲ, ଫଳ, ଓଢଣୀ ଦୁର୍ଗା ମା’ଙ୍କୁ ଅର୍ପଣ ପରେ ଦୀପ ଓ ଧୂପକାଠି ଜାଳି ପୂଜା କରୁଛନ୍ତି । ନିୟମ ଅନୁସାରେ ପୂଜା ପାଠ, ବାଜୁଛି ଶଙ୍ଖ ଘଣ୍ଟା, ମହୁରୀ, ନିଶାଣ, କମ୍ପି ଉଠୁଛି ପୂଜା ସ୍ଥଳୀ, ପ୍ରସାଦ ବାଲା ବାଂଟୁଛି ପ୍ରସାଦ, ବାଜାବାଲା ବଜାଉଛି ବାଜା । ଚାରି ପଟ ଗେଟ୍‌ ଗୁଡିକ ସଜାଇ ହୋଇଛି ଭେଲିକି ଭେଲି ରଙ୍ଗୀନ ଲାଇଟରେ । ଏଥର ଏକ ଦକ୍ଷତା ସମ୍ପର୍ଣ୍ଣ ପୂଜା କମିଟି ଦାୟିତ୍ୱ ନେଇଛନ୍ତି, ସଭାପତି ସୁଦର୍ଶନ ଦଣ୍ଡିଆ, ଉପ ସଭାପତି ପ୍ରେମାନନ୍ଦ ମାଝୀ, ସମ୍ପାଦକ ଭୁପିନ୍ଦର ଦଣ୍ଡିଆ ଓ ସମ୍ପତି ରଣା, କୋଷାଧ୍ୟକ୍ଷ ହରି ମହାନନ୍ଦ, ଶାନ୍ତି ଓ ସୁରକ୍ଷା କମିଟି ଆଶିଷ ଦଣ୍ଡିଆ, ଦେବୀ ପ୍ରସାଦ ଭୋଇ, ଅମିତ କୁମାର ଥାପା ପ୍ରମୁଖ ଥିବା ବେଲେ କର୍ତ୍ତା ଭାବେ ରଞ୍ଜୁ ନିଆଲ, ପୂଜକ ସୂର୍ଯ୍ୟମଣି ପଣ୍ଡା, ଜପକ କାଳି ପାଢ଼ୀ, ଅହରହ ସେବା ଦାୟିତ୍ୱରେ ଅଛନ୍ତି ପୀତବାସ ରଣା, ଶଶିକାନ୍ତ ଚିନ୍ଦା, ଦୀନବନ୍ଧୁ ବେହେରା, ଦାମୋଦର ରଣା ଓ ବିଦେଶୀ ଧଙ୍ଗଡା ମାଝୀ । ରାତ୍ରରେ ମନମୋହୁଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିରେ ମଦନପୁର ଯୁବ ଗୋଷ୍ଠୀ, ବୁଦ୍ଧିଜୀବୀ ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗ ରହିଛି ବୋଲି ସଭାପତି ଦଣ୍ଡିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.